ଅଫିସରେ CEO ଙ୍କ ଡ୍ୟାନ୍ସ, କେବେ ଦେଖିଛନ୍ତି କି! ଦେଖନ୍ତୁ ଏହି ଭିଡିଓ
ୱେଲ୍ସପନ୍ ଇଣ୍ଡିଆ ଲିମିଟେଡ୍ର ଚିଫ୍ ଏଗଜିକ୍ୟୁଟିଭ୍ ଅଫିସର(CEO) ଓ ଜଏଣ୍ଟ ମ୍ୟାନେଜିଂ ଡାଇରେକ୍ଟର ଦୀପାଲି ଗୋଏଙ୍କା ଅଫିସରେ କିଛି ଏମିତି କରିଛନ୍ତି, ଯାହାକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ସେ କର୍ମଚାରୀଙ୍କ ସହ ବଲିଉଡ୍ ଗୀତରେ ଡ୍ୟାନ୍ସ କରୁଛନ୍ତି। ଟ୍ଵିଟରରେ ଏହି ଭିଡିଓକୁ ଆରପିଜି ଇଣ୍ଟରପ୍ରାଇଜେସ୍ର ଚେୟାରମ୍ୟାନ୍ ହର୍ଷ ଗୋୟଙ୍କା ସେୟାର କରି ଓ ଦୀପାଲିଙ୍କ ପ୍ରଶଂସା କରିଛନ୍ତି।
ଦେଖନ୍ତୁ ଭିଡିଓ:
Rare to see a CEO dance and have fun in an office setting. That’s the way to create a happy culture @DipaliGoenka #welspun. pic.twitter.com/B6LAd2u3tr
— Harsh Goenka (@hvgoenka) February 18, 2020
ଅଫିସରେ ସେ ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡିର ସବୁଠାରୁ ଲୋକପ୍ରିୟ ଗୀତ ‘ମୁକାବିଲା’ରେ ଡ୍ୟାନ୍ସ କରିଛନ୍ତି। ତାଙ୍କୁ ଦେଖି ଅନ୍ୟ କର୍ମଚାରୀମାନେ ମଧ୍ୟ ତାଙ୍କ ସହ ନାଚୁଛନ୍ତି। ଶେଷରେ କର୍ମଚାରୀମାନେ ତାଙ୍କ ଡ୍ୟାନ୍ସ ପାଇଁ ତାଳି ବଜାଇଥିଲେ। ଟ୍ଵିଟରରେ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ହର୍ଷ ଗୋୟଙ୍କା ଭିଡିଓ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି ‘ଅଫିସରେ କୌଣସି ସିଇଓଙ୍କୁ ଡ୍ୟାନ୍ସ କରୁଥିବା ଦେଖିବା ଖୁବ୍ ଦୁର୍ଲଭ। ଠିକ୍ ମାହୋଲ ବନାଇବାର ଏହା ହିଁ ପ୍ରକୃତ ରାସ୍ତା’।
Thanks for the shoutout @hvgoenka. Would love to see your #WorkPlaceHappy! 💃🏼
— Dipali Goenka (@DipaliGoenka) February 19, 2020
ଦୀପାଲି ମଧ୍ୟ ଏହି ଭିଡିଓକୁ ରି-ଟ୍ଵିଟ କରି ଲେଖିଛନ୍ତି ‘ସେୟାର କରିବା ପାଇଁ ଧନ୍ୟବାଦ ହର୍ଷ ଗୋୟଙ୍କା। ମୁଁ ଆପଣଙ୍କ ଓ୍ଵାର୍କ ପ୍ଲେସ୍ ବି ଦେଖିବାକୁ ପସନ୍ଦ କରିବି’। ସୋସିଆଲ ମିଡିଆରେ ତାଙ୍କ ଭିଡିଓକୁ ଖୁବ୍ ପସନ୍ଦ କରାଯାଉଛି। ଲୋକମାନେ କହିଛନ୍ତି ଯେ ସବୁ ଅଫିସରେ ଏଭଳି ମାହୋଲ ରହିବା ଆବଶ୍ୟକ।
A Happy & Fit CEO will radiate the same values within the organisation…Happiness & Fitness!!@DipaliGoenka your enthusiasm is infectious & your sense of rhythm impeccable!
— Prabhaat (@pkvarsha) February 18, 2020
Indian Corporates are changing!👍🏻@DipaliGoenka, CEO of @TheWelspunGroup While Creating Enthusiasm among Employees at Work Place!! 👏 https://t.co/k69J0kaRQU
— Sourav Dutta (@souravduttahere) February 19, 2020
ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ‘ଏଭଳି ଆକ୍ଟିଭିଟି ସବୁ ଅଫିସର ମାହୋଲକୁ ହାଲ୍କା କରେ ଓ ଲୋକମାନେ ସଠିକ୍ ଢଙ୍ଗରେ କାମ କରିପାରନ୍ତି।’
I am amazed…. Nice to see u dancing in front of ur employees … Very positive thinking… Hats off to u mam..
— Chandu Singh (@Chandu9811) February 19, 2020
Wow 👏👏
If every workplace will have this level of energy 🤞🤞
— Agnostic Front_Exploring (@AKhatri25) February 19, 2020