ରାଜ୍ୟ

୧୪ ଦିନ ପରେ ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ, ଦୁର୍ଗନ୍ଧ ହେବାରୁ ସ୍ୱାମୀଙ୍କୁ ଜଣାଇଲେ ପଡୋଶୀ

ଭଦ୍ରକ (କେନ୍ୟୁଜ): ୧୪ ଦିନ ପରେ ବନ୍ଦ ଘରୁ ମିଳିଲା ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ । ଭଦ୍ରକ ଟାଉନ ଥାନା ଅପର୍ତ୍ତୀବିନ୍ଧା ନିଉ କଲୋନୀରୁ ଉଦ୍ଧାର ହୋଇଛି ଗଲିତ ମୃତଦେହ । ମୃତକ ତିହିଡ଼ି ଥାନା ଗୋଳାପୋଖରୀ ଅଞ୍ଚଳର ମଧୁମିତା ନାୟକ । ଗତ ୫ ମାସ ହେଲା ମଧୁମିତା ଘର ଭଡ଼ା ନେଇ ଅପର୍ତିବିନ୍ଧା ନ୍ୟୁ କଲୋନୀରେ ରହୁଥିଲେ  ।  ତେବେ ସ୍ବାମୀ ମହେଶ୍ବର ନାୟକ ମୁମ୍ବାଇରେ ରହି ଚାକିରୀ କରୁଥିଲେ ।  ପୁଅ ପୁନେରେ ରହି ପାଠ ପଢୁଛି । ସବୁଦୁନ ସ୍ବାମୀ ଓ ପୁଅଙ୍କ ସହ ଫୋନରେ ମଧୁମିତା କଥା ହୋଇଥାନ୍ତି ।

ହେଲେ ଗତ ୧୬ ତାରିଖ ପରଠାରୁ ମଧୁମିତାଙ୍କ ଫୋନ ଲାଗିନଥିଲା । ତେଣୁ ବ୍ୟସ୍ତ ହୋଇ ପଡୋଶୀଙ୍କୁ ଫୋନ କରିଥିଲେ । ପରେ ଜାଣିବାକୁ ପାଇଥିଲେ ମଧୁମିତାଙ୍କ ଫୋନ୍ ଖରାପ ହୋଇଛି । ତା ପରଠାରୁ ସ୍ତ୍ରୀଙ୍କ ସହ କୌଣସି ଯୋଗାଯୋଗ କରିପାରୁନଥିଲେ ।  ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପାଖ ପଡ଼ୋଶୀ ମହେଶ୍ବରଙ୍କୁ ଜଣାଇଥିଲେ ।  ୧୪ ଦିନ ପରେ ମୁମ୍ବାଇରୁ ଆସି ଗାଁରେ ପହଞ୍ଚି ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଗଳିତ ମୃତଦେହ ଉଦ୍ଧାର କରିଥିଲା ।  ତେବେ କିଏ ଓ କାହିଁକି ମଧୁମିତାଙ୍କୁ ହତ୍ୟା କଲା ନା ସେ ନିଜେ ଜୀବନ ହାରିଛନ୍ତି କାରଣ ଜଣାପଡିନି ।  ପୋଲିସ ଓ ସାଇଣ୍ଟିଫିକ ଟିମ୍ ସହ ତଦନ୍ତ ଜାରି ରହିଛି ।

Barsha

Recent Posts

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

15 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

27 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

30 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

41 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

1 hour ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

2 hours ago