ରାଜ୍ୟ

ଆଜିଠୁ କଂସ ରାଜୁତି, ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦୁଲୁକିବ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚ

ବରଗଡ(କେନ୍ୟୁଜ୍): ଆଜିଠୁ କଂସ ରାଜୁତି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦୁଲୁକିବ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚ । ପ୍ରବଳପ୍ରତାପୀ କଂସଙ୍କ ପ୍ରକୋପରେ ଥରହର ମଥୁରାନଗରୀ ପାଲଟିଥିବା ବରଗଡ ସହର । ୧୧ଦିନ ଧରି ମଥୁରାଧିପତି ମହାରାଜ କଂସଙ୍କ ରାଜୁତି ଚାଲିବ ।

ଅନ୍ୟପଟେ କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବ ଅମ୍ବାପାଲି ସାଜିଥିବା ଗୋପପୁର। ସହରର ଚତୁର୍ଦ୍ଦିଗ ଆଲୋକମାଳାରେ ଝଲସୁଛି । ଧନୁଯାତ୍ରା ପାଇଁ ସହରର ବିଭିନ୍ନ କାନ୍ଥରେ କରାଯାଇଛି ଆକର୍ଷଣୀୟ ଚିତ୍ର । ଦୁଇବର୍ଷ ପରେ ବିନା କଟକଣାରେ ଧନୁଯାତ୍ରା ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଏବର୍ଷ ଧନୁଯାତ୍ରା ମହୋତ୍ସବକୁ ହୀରକ ଜୟନ୍ତୀ ଭାବେ ପାଳନ କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ମେଳା ଲାଗିବା ସହ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସାରିବାକୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏବର୍ଷ ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ହେବ ଲେଜର ଲାଇଟ।

Sonalisa

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

1 hour ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

2 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

5 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago