ରାଜ୍ୟ

ଉଦାସ ଆଶ୍ରମରେ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ପୂର୍ଣ୍ଣାହୁତି ଉତ୍ସବ

ଜଗତସିଂହପୁର : ଓଡ଼ିଶାରେ ଭିନ୍ନ ଭିନ୍ନ ପରମ୍ପରା ରୀତି ନୀତି ଦେଖିବାକୁ ମିଳିଥାଏ । ଆଉ ସବୁଠୁ ବଡ଼ କଥା ହେଉଛି ଗାଁ ମାନଙ୍କରେ ଦେଖାଯାଏ ଭିନ୍ନ ପୂଜା ପାଠ ହୋମ, ଯଜ୍ଞ ଇତ୍ୟାଦି । ବିଶ୍ୱଶାନ୍ତି ମହାଯଜ୍ଞ । ଶାନ୍ତି ଯଜ୍ଞ ଅର୍ଥାତ୍‌ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ଏହି ଯଜ୍ଞ କରାଯାଇ ଥାଏ । ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଏହି ଯଜ୍ଞର ମୂଳ ମନ୍ତ୍ର । ଆଉ ଏହି ଯଜ୍ଞକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ରହିଥାଏ । ଯଜ୍ଞକୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଥାଆନ୍ତି ଲୋକେ । ଭକ୍ତିରେ ପ୍ରଭୁଙ୍କୁ କାମନା କରିଥାଆନ୍ତି ।

ତେବେ ଜଗତସିଂହପୁର ଜିଲ୍ଲା ଉଦାସ ଆଶ୍ରମ ପକ୍ଷରୁ ଦୀର୍ଘ ୧୧ ଦିନ ଧରି କାଠୁଆପାଟଣା ଉଦାସ ଆଶ୍ରମ ପରିସରରେ ବିଶ୍ୱଶାନ୍ତି ବ୍ରହ୍ମ ଏକାକ୍ଷର ମହାଯଜ୍ଞ ଅନୁଷ୍ଠିତ ହେବା ସହ ଧର୍ମ ପୁସ୍ତକ ପାଠାଗାର ଉଦ୍ଘାଟନ କରାଯାଇଛି । ସାହିତ୍ୟ ସଭା, ସାଧୁସନ୍ଥ ମିଳନ ସଭା, ମାଗଣା ସ୍ୱାସ୍ଥ୍ୟ ଶିବିର , ଧାର୍ମିକ ଶୋଭାଯାତ୍ରା, ଧର୍ମସଭା , ପ୍ରବଚନ ଆଦି ୧୧ ଦିନ ବ୍ୟାପି ଚାଲିଥିବା ବେଳେ ଯଜ୍ଞରେ ପୂର୍ଣ୍ଣାହୁତି ଓ ସାଧୁସନ୍ତ ସମ୍ମିଳନୀ ଆୟୋଜନର ପରିସମାପ୍ତି ହୋଇଯାଇଛି ।

ଏଥି ସହ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ସାଧୁସନ୍ତ ଓ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇ ପ୍ରଭୁ କୃପା ଲାଭକରିଥିଲେ । ଏହି ଅବସରରେ ଠାକୁରଙ୍କର ଏକ ଧାର୍ମିକ ଶୋଭାଯାତ୍ରା ଗାନ୍ଧୀଛକ ଠାରୁ ବାହାରି ସହର ପରିକ୍ରମା କରି ଆଶ୍ରମ ପର୍ଯ୍ୟନ୍ତ ଆସିଥିଲା । ଏଥିରେ ସୁସଜ୍ଜିତ ଘୋଡା, ଓଟ, ସହ ଘଣ୍ଟ ଘଣ୍ଟା ମାଦଳ, କୀର୍ତନ, ମା ଶାରଳାଙ୍କ ପାଟୁଆ ନୁର୍ତ୍ୟ ସହ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ରେ ସୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଉଦାସ ଆଶ୍ରମ ପୀଠାଧିଶ ବାବା ସ୍ୱାମୀ ଯଜ୍ଞସ୍ୱରାନନ୍ଦ ମହାରାଜ ଙ୍କ ସମେତ ବହୁ ଭକ୍ତ ଯୋଗ ଦେଇ ପୂର୍ଣ୍ଣାହୁତି ରେ ଅର୍ଘ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଓ ଜ଼ିଲ୍ଲା ବାହାରୁ ହଜାର ହଜାର ଭକ୍ତ ମାନେ ଯୋଗଦେଇ, ବାବା ଙ୍କ ସାନିଧ୍ୟ ଲାଭକରିଥିଲେ ।

 

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago