ଦେଶ ବିଦେଶ

ଦୁବାଇରେ ପୁଣି ପ୍ରବଳ ବର୍ଷା ଓ ଝଡତୋଫାନ, ଅନେକ ଉଡାଣ ସହିତ ଇଣ୍ଟରସିଟି ବସ୍‌ ସେବା ଠପ୍‌

ୟୁଏଇରେ ପୁଣିଥରେ ପ୍ରବଳ ବର୍ଷ ଏବଂ ଝଡତୋଫାନ ଯୋଗୁଁ ଜନସାଧାରଣ ଚିନ୍ତାରେ ପଡିଯାଇଛନ୍ତି । ଦୁବାଇରେ ପ୍ରବଳ ବର୍ଷ ଓ ତୋଫାନ ଯୋଗୁଁ ଗୁରୁବାର ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହାସହିତ ୧୨ରୁ ଅଧିକ ଉଡାଣ ରଦ୍ଦ କରାଯାଇଛି । ଇଣ୍ଟରସିଟି ବସ୍‌ ସେବା ବନ୍ଦ ହୋଇଯାଇଛି । ଅଫିସରରେ କାମ କରୁଥିବା ଲୋକଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁବାଇରେ ପ୍ରବଳ ବର୍ଷା ଓ ତୋଫାନ ଯୋଗୁଁ ଲୋକେ ଭୟଭୀତ ହୋଇଛନ୍ତି ।

ଖବର ମୁତାବକ, ଗତ କିଛିଦିନ ତଳେ ୟୁଏଇରେ ବର୍ଷା ତାଣ୍ଡବ ରଚିଥିଲା । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁବାରେ ପ୍ରବଳ ବର୍ଷା ଓ ତୋଫାନ ହେବାର ଅନୁମାନ କରାଯାଉଛି । ସମସ୍ତ ଅଞ୍ଚଳରେ ସୁରକ୍ଷା ସତର୍କ ସୂଚନା ଦିଆଯାଇଛି । ସ୍କୁଲ ବନ୍ଦ ରଖିବା ସହିତ ପିଲାମାନଙ୍କୁ ଅନଲାଇନରେ ପଢିବା, କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ପାର୍କି ଓ ସମୁଦ୍ର ତଟ ବନ୍ଦ ରଖାଯାଇଛି । ଏହାସହିତ ବିମାନବନ୍ଦର ଓ ଏୟାରଲାଇନ୍ସ ମଧ୍ୟ ସମସ୍ତ ପ୍ରସ୍ତୁତି ସାରିଛି । କିଛି ଉଡାଣକୁ ତତକାଳ ପ୍ରଭାବରେ ରଦ୍ଦ କରାଯାଇଛି । ରାସ୍ତାରେ ଯିବା ଆସିବାରେ ରୋକ ଲଗାଯାଇଛି ।

ରାଷ୍ଟ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ଜାରି ଆଲର୍ଟ ଅନୁସାରେ, ୟୁଏଇରେ ଅଧ ରାତିରୁ ପ୍ରବଳ ବର୍ଷା ହେଉଛି । ଦୁବାଇରେ ୨.୩୫ରୁ ବିଜୁଳି ଘଡଘଡି ମାରୁଛି । ଆଗାମୀ ୪୮ ଘଣ୍ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଦୁବାଇରେ ହୋଇଥିବା ଲଗାଣ ବର୍ଷା ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଥିଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ଦୁବାଇରେ ୨୪ ଘଣ୍ଟାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ଦୁବାଇ ବିମାନ ବନ୍ଦରରେ ୧୦୦ ରୁ ଅଧିକ ବିମାନ ଉଡାଣ ପାଇଁ ଆଶା କରାଯାଉଥିବାବେଳେ ଏଭଳି ଅସାଧାରଣ ପାଗକୁ ନଜରରେ ରଖି ସମସ୍ତ ବିମାନ ବାତିଲ ପାଇଁ ପଦକ୍ଷେପ ନିଆଯାଇଥିଲା । ଗୋଟିଏ ଦିନରେ ବର୍ଷକର ବର୍ଷା ହେବା ଫଳରେ ଏୟାରପୋର୍ଟ, ମେଟ୍ରୋ, ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା ।

ରନୱେରେ ପାଣି ପଶିବା ଯୋଗୁଁ ବିମାନ ଚଳାଚଳ ବାତିଲ କରାଯାଇଥିଲା । ଦୁବାଇରୁ ଭାରତ, ପାକିସ୍ତାନ, ଲଣ୍ଡନ ଯିବାକୁ ଥିବା ଅନେକ ବିମାନ ବାତିଲ ହୋଇଥିଲା । ଦୁବାଇ, ଆବୁଧାବି, ସାରଜାହ,ଅମିରତ ଆଦି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଥିଲା ।

Swagatika

Recent Posts

ବାଦଶାହଙ୍କ ନୂଆ ପୋଷ୍ଟ ସୋସିଆଲ ମିଡିଆରେ ସୃଷ୍ଟି କଲା ଆଲୋଡ଼ନ, ଜାଣନ୍ତୁ କାହିଁକି

ର‍୍ୟାପର ବାଦଶାହ ସାରା ବିଶ୍ୱରେ ଅନେକ ନାମ ଅର୍ଜନ କରିଛନ୍ତି । କେବଳ ଏତିକି ନୁହେଁ, ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ…

3 mins ago

‘ଭାରତରେ EVM ଏକ ବ୍ଲାକ୍‌ ବକ୍ସ, କାହାକୁ ବି ନାହିଁ ଏହାର ଯାଞ୍ଚ ଅନୁମତି’; ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧି ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ଭାରତର ଏକ ବ୍ଲାକ୍‌ ବକ୍ସ ବୋଲି…

3 mins ago

କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ…

47 mins ago

ସଲମାନ ଖାନଙ୍କୁ ଜୀବନରୁ ମାରିଦେବାକୁ ଧମକ, FIR ପଞ୍ଜିକୃତ; ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ମିଳିଛି ହତ୍ୟା ଧମକ । ଏହି ଘଟଣାରେ ମୁମ୍ବାଇ ସାଉଥ୍‌ ସାଇବର ଥାନାରେ…

53 mins ago

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର…

1 hour ago

ଗ୍ରୀଷ୍ମ ଋତୁରେ ଶରୀରରେ ଦେଖାଦେଇ ପାରେ ଭିଟାମିନ୍‌ Dର ଅଭାବ, ବୟସ୍କ ଲୋକଙ୍କୁ ରହିଥାଏ ଅଧିକ ବିପଦରେ

ବର୍ତ୍ତମାନ ସମସ୍ତ ସ୍ଥାନରେ ପ୍ରବଳ ଖରା ହେଉଛି । ଲୋକମାନଙ୍କ ପାଇଁ ଏହି ଗରମ ସହିବ ବହୁତ କଷ୍ଟକର ହୋଇପଡିଛି…

1 hour ago