ରାଜ୍ୟ

ମୌସୁମୀ ପ୍ରଭାବରେ ତୁହାକୁ ତୁହା ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ପ୍ରଭାବରେ ତୁହାକୁ ତୁହା ବର୍ଷା ଜାରି। ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, କଟକ , ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଆସନ୍ତା କାଲି ପାଇଁ ୬ଟି ଜିଲ୍ଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨୮ ତାରିଖରୁ କମିବ ବର୍ଷା।

ଜୁଲାଇ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିଛି। ଜୁନ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୮୮. ୫ମିମି ବର୍ଷା ହୋଇଛି। ଏହା ସ୍ୱାଭାବିକ ଠାରୁ ୨ପ୍ରତିଶତ ଅଧିକ। ଏହି ସମୟ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ପରିମାଣ ୪୭୬.୮ ମିମି। ୫ଟି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଗୋଟିଏ ଜିଲ୍ଲା ସୁନ୍ଦରଗଡ଼ରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି।

KNews Bureau

Recent Posts

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

14 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

15 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

25 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ଚଳିତ ବର୍ଷ ସମଗ୍ର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍…

36 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

51 mins ago

କଣ୍ଟାବାଞ୍ଜି: ମାଲବୋଝେଇ ଟ୍ରେନ ଲାଇନଚ୍ୟୁତ, ଟ୍ରାକ୍ ବାହାରକୁ ପଳାଇଲା ୪ଟି ବଗି

କଣ୍ଟାବାଞ୍ଜି(କେନ୍ୟୁଜ୍‌): goodଯାହାଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଥିଲା । ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ…

52 mins ago