ରାଜ୍ୟ

ଏଡ଼େ ସୁନ୍ଦର ଓ ଶିକ୍ଷିତା ଝିଅଟି ଜୀବନ ହାରି ଦେଲେ କାହିଁକି ?

ବଲାଙ୍ଗିର(କେନ୍ୟୁଜ୍): ଆଜି ବଲାଙ୍ଗିର ରେଳ ଧାରଣାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ସାରିକା ସାଏ । ଆଜି ସକାଳୁ ଏକ କୋଇଲା ବୋଝେଇ ଟ୍ରେନ ତଳେ ମୁଣ୍ଡ ରଖି ସେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଖୁଜେନପାଲି ରେଳ ଫାଟକ ନିକଟରୁ ଏହି ମୃତ ଦେହଟି ଉଦ୍ଧାର ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ ।


ରେଳ ଧାରଣାର କିଛି ଦୂରରେ ସାରିକା ତାଙ୍କ ଧଳା ରଙ୍ଗର ଦାମୀ କାର୍‌ଟି ରଖିଥିବା ଦେଖା ଯାଇଛି । ସୂଚନା ଅନୁସାରେ ସେ ଆଜି ସକାଳେ ନିଜେ କାର ଚଳାଇ ଯାଉଥିବା କିଛି ଲୋକ ଦେଖିଥିଲେ । ସାରିକା ଜଣେ ମାନସିକ ରୋଗୀ ଆଉ ଏନେଇ ଚିକିତ୍ସା ଚାଲିଥିବା ପରିବାର ଲୋକ କହୁଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ କେହି ମୁହଁ ଖୋଲୁ ନାହାନ୍ତି ।
ଖବର ପାଇବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ସାରିକା ଏକ ବୀମା କମ୍ପାନୀରେ କାମ କରୁଥିଲେ ।

KNews Bureau

Recent Posts

ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା, ଦିନ ୨ରୁ ସଂଧ୍ୟା ୭ ଯାଏଁ ଗାଡ଼ି ଚଳାଚଳ ମନା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କାଲି ଅପରହ୍ଣ ୪ଟା…

57 seconds ago

ଲୋକପ୍ରିୟ କନ୍ନଡ ଅଭିନେତା ଦର୍ଶନ ଗିରଫ, ହତ୍ୟା ଅଭିଯୋଗରେ ବାନ୍ଧିଲା ପୋଲିସ

କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କଲା ପୋଲିସ । ରେଣୁକାସ୍ୱାମୀ ନାମକ ଜଣେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି…

5 mins ago

ସୋନାକ୍ଷୀଙ୍କ ବିବାହକୁ ନେଇ ନୀରବତା ଭାଙ୍ଗିଲେ ଶତ୍ରୁଘ୍ନ ସିହ୍ନା, କହିଲେ ଝିଅର ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି

ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ ଗୁଜବ ଉପରେ ନୀରବତା ଭାଙ୍ଗିଛନ୍ତି । ସୋମବାର ଦିନ ଏହି…

8 mins ago

କୋରାପୁଟ ସେମିଲିଗୁଡାରେ ଝାଡାବାନ୍ତି ଆତଙ୍କ: ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ଡାକ୍ତରୀ ଟିମ୍

କୋରାପୁଟ (କେନ୍ୟୁଜ): କୋରାପୁଟ ସେମିଲିଗୁଡ଼ା ସୁବାଇ ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗାଁରେ ୪୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ…

30 mins ago

ନିର୍ବାଚନ ଜିତିବା ପରେ ପପୁଙ୍କ ନାମରେ ଗୁରୁତର ଅଭିଯୋଗ, ବ୍ୟବସାୟୀଙ୍କୁ ମାଗୁଥିଲେ ୧ କୋଟି ଟଙ୍କା

ବିହାର ପୂର୍ଣ୍ଣିୟାରୁ ନବନିର୍ବାଚିତ ସାଂସଦ ରାଜେଶ ରଂଜନ ଓରଫ ପପୁ ଯାଦବଙ୍କ ପିଛା ଛାଡ଼ୁନି ବିବାଦ । ନିର୍ବାଚନ ଜିତିବାର…

42 mins ago

ଫ୍ୟାକ୍ଟ୍ରିରେ କିପରି ତିଆରି ହୋଇଥାଏ ପନିର? ଜାଣନ୍ତୁ କେଉଁ କେମିକାଲର ବ୍ୟବହାର ହୋଇଥାଏ

ଅଧିକାଂଶ ଲୋକ ପନିର ଖାଇବାକୁ ବହୁତ ଭଲ ପାଆନ୍ତି । ଭେଜ ଖାଉଥିବା ଲୋକମାନେ ପ୍ରାୟତଃ ଘରେ, ପାର୍ଟି ଏବଂ…

1 hour ago