ଏଡ଼େ ସୁନ୍ଦର ଓ ଶିକ୍ଷିତା ଝିଅଟି ଜୀବନ ହାରି ଦେଲେ କାହିଁକି ?

ବଲାଙ୍ଗିର(କେନ୍ୟୁଜ୍): ଆଜି ବଲାଙ୍ଗିର ରେଳ ଧାରଣାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ସାରିକା ସାଏ । ଆଜି ସକାଳୁ ଏକ କୋଇଲା ବୋଝେଇ ଟ୍ରେନ ତଳେ ମୁଣ୍ଡ ରଖି ସେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଖୁଜେନପାଲି ରେଳ ଫାଟକ ନିକଟରୁ ଏହି ମୃତ ଦେହଟି ଉଦ୍ଧାର ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଜଣା ପଡି ନାହିଁ ।


ରେଳ ଧାରଣାର କିଛି ଦୂରରେ ସାରିକା ତାଙ୍କ ଧଳା ରଙ୍ଗର ଦାମୀ କାର୍‌ଟି ରଖିଥିବା ଦେଖା ଯାଇଛି । ସୂଚନା ଅନୁସାରେ ସେ ଆଜି ସକାଳେ ନିଜେ କାର ଚଳାଇ ଯାଉଥିବା କିଛି ଲୋକ ଦେଖିଥିଲେ । ସାରିକା ଜଣେ ମାନସିକ ରୋଗୀ ଆଉ ଏନେଇ ଚିକିତ୍ସା ଚାଲିଥିବା ପରିବାର ଲୋକ କହୁଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ କେହି ମୁହଁ ଖୋଲୁ ନାହାନ୍ତି ।
ଖବର ପାଇବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ସାରିକା ଏକ ବୀମା କମ୍ପାନୀରେ କାମ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.