କ୍ରୀଡା

ଅଷ୍ଟ୍ରେଲିଆରୁ ବନ୍ଧା ହେଲେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକା, ଦୁଷ୍କର୍ମ ଅଭିଯୋଗରେ ପୋଲିସ କଲା ଗିରଫ

ଟି-୨୦ ବିଶ୍ୱକପ ଚାଲିଥିବା ବେଳେ ଶ୍ରୀଲଙ୍କା ଟିମକୁ ବଡ ଝଟକା ଲାଗିଛି। ଦୁଷ୍କର୍ମ ମାମଲାରେ ଅଷ୍ଟ୍ରେଲିଆର ସିଡନୀରୁ ଗିରଫ ହୋଇଛନ୍ତି କ୍ରିକେଟର ଦନୁଷ୍କା ଗୁଣତିଲକା। ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି। ସୂଚନା ମୁତାବକ,  ରବିବାର ସକାଳୁ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଶ୍ରୀଲଙ୍କା ଟିମ୍‌ ବିଶ୍ୱକପରୁ ବାଦ୍‌ ପଡିବା ପରେ ସ୍ୱଦେଶୀକୁ ଫେରିଛି । ଗୁଣତିଲକା ୩ ସପ୍ତାହ ପୂର୍ବରୁ ଆଘାତ ସମସ୍ୟା ଯୋଗୁଁ ଟିମ୍‌ରୁ ବାଦ୍‌ପଡିଥିଲେ। କିନ୍ତୁ ମ୍ୟାନେଜମେଣ୍ଟ ତାଙ୍କୁ ଘରକୁ ନ ପଠାଇ ଟିମ୍‌ ସହିତ ରଖିଥିଲା।

ଖବର ମୁତାବକ, ଗୁଣତିଲକାଙ୍କ ବିପକ୍ଷରେ ୨୯ ବର୍ଷୀୟ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଯୁବତୀ ଜଣକ ଗୁଣତିଲକାଙ୍କ ସହିତ ଏକ ଡେଟିଂ ଆପ୍‌ ଜରିଆରେ ସାକ୍ଷାତ କରିଥିଲେ। ନଭେମ୍ବର ୨ ତାରିଖରେ ଦୁଷ୍କର୍ମ ଶିକାର ହୋଇଥିଲେ ଯୁବତୀ । ଆଉ ସେହି ଯୁବତୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ। ତେଣୁ ପୋଲିସ ରବିବାର ସକାଳୁ ସିଡନୀ ସେଣ୍ଟ୍ରାଲ ହୋଟେଲରୁ ଗୁଣତିଲକାଙ୍କୁ ଗିରଫ କରିଛି। ଆଉ ଏହି ମାମଲାର ଯାଞ୍ଚ କରୁଛି ।

ଗୁଣତିଲକାଙ୍କ ବିରୁଦ୍ଧରେ ୨୦୧୮ ରେ ମଧ୍ୟ ସମାନ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଶ୍ରୀଲଙ୍କା କ୍ରିକେଟ ତରଫରୁ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ କରିଥିଲା। ଶ୍ରୀଲଙ୍କାରେ ଜଣେ ନରୱେ ମହିଳାଙ୍କ ଦ୍ୱାରା ହୋଇଥିବା ଦୁଷ୍କର୍ମ ଅଭିଯୋଗ ଘଟଣାରେ ପୋଲିସ ଗୁଣତିଲକା ଏବଂ ତାଙ୍କ ବନ୍ଧୁଙ୍କୁ ପଚରାଉଚରା କରିଥିଲା। ତେବେ ଗୁଣତିଲକାଙ୍କ ସମ୍ପୃକ୍ତିକୁ ପୋଲିସ ଖାରଜ କରିଦେଇଥିଲା। ପୋଲିସ ଗୁଣତିଲକାଙ୍କୁ ଛାଡି ଦେଇଥିଲା, କିନ୍ତୁ ସେମାନଙ୍କ ସାଙ୍ଗକୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ, ଚଳିତ ଟି-୨୦ ବିଶ୍ୱକପରେ ହେମଷ୍ଟ୍ରିଂ ଆଘାତ ଯୋଗୁଁ ପ୍ରଥମ ମ୍ୟାଚରୁ ବାଦ୍‌ ପଡିଥିଲେ ଗୁଣତିଲକା। ତେବେ ୨୦୧୫ ନଭେମ୍ବର ମାସରେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଗୁଣତିଲକା। ସେ ଏପର୍ଯ୍ୟନ୍ତ ୮ଟି ଟେଷ୍ଟ, ୪୭ ଦିନିକିଆ ଏବଂ ୪୬ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ଶ୍ରୀଲଙ୍କା ଟିମ୍‌ ଗ୍ରୁପ-୧ରେ ସୁପର-୧୨ ପର୍ଯ୍ୟାୟ ପାଇଁ କ୍ୱାଲିଫାଏ କରିଥିଲା। ଟିମର ଖରାପ ପ୍ରଦର୍ଶନ ଯୋଗୁଁ ଟିମ ବିଶ୍ୱକପରେ ୫ଟି ମ୍ୟାଚ୍‌ ଖେଳି ମାତ୍ର ୨ଟି ମ୍ୟାଚ୍‌ ଜିତିଥିଲା। ୪ ପଏଣ୍ଟ ସହିତ ୪ ନଂ ସ୍ଥାନରେ ରହି ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଛି ଶ୍ରୀଲଙ୍କା ।

Also Read : ସାଉଥ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡ, ସେମିରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ

ମେଷ : ବାକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ…

53 mins ago

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

2 hours ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

4 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

5 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

5 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

6 hours ago