ରାଜ୍ୟ

ଭୁବନେଶ୍ୱର ଷ୍ଟେସନ୍‌ ଅଞ୍ଚଳରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ ଯୁବକକୁ ପିଟିପିଟି ହତ୍ୟା । ଦୁଇଜଣ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଏହି ହତ୍ୟା ହୋଇଛି । ଯୁବକ କୁ ଅନ୍ୟ ଜଣେ ଯୁବକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାରୁ ଜଣାପଡିଛି କି ଭୁବନେଶ୍ୱର ରେଳ ଷ୍ଟେସନର ପୁରୁଣା ଟିକେଟ କାଉଣ୍ଟର ପାଖରେ ମହମ୍ମଦ ଆଲମ ଓ ଶଙ୍କର ପାଣ୍ଡେ ନାମକ ଦୁଇଜଣ ଯୁବକ ନିଜ ନିଜ ପରିବାର ସହ ରୁହନ୍ତି। ଶନିବାର ଅପରାହ୍ନରେ କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା । କଥା ବଢିବା ପରେ ସେମାନେ ନିଜ ନିଜ ମଧ୍ୟରେ ମାରପିଟ ହୋଇଥିଲେ। ଏହି ସମୟରେ ଶଙ୍କର କୌଣସି ଏକ ମାରଣାସ୍ତ୍ରରେ ଆଲମର ଛାତିକୁ ବାରମ୍ବାର ଆଘାତ କରିଥିଲା। ଫଳରେ ଆଲମ ଘଟଣା ସ୍ଥଳରେ ପଡି ଯାଇଥିଲେ। ଏହା ଦେଖି ଆଲମର ସ୍ତ୍ରୀ ଓ ଝିଅ ଏକ ଅଟୋରିକ୍ସାରେ ଆଲମକୁ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ଆଲମଙ୍କୁ ମୃତ ଘୋଷଣା କରିଥଲେ।

ଘଟଣା ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରୁ ଖବର ପାଇ ଜିଆରପି ଥାନା ପୋଲିସ ତୁରନ୍ତ ଅଭିଯୁକ୍ତ ଶଙ୍କର ପାଣ୍ଡେକୁ ଧରି ଥାନାରେ ଅଟକ ରଖି ତଦନ୍ତ କରିଛି। ସେପଟେ ଶଙ୍କରର ସ୍ତ୍ରୀ ନିଜ ପିଲାଙ୍କୁ ନେଇ କେଉଁ ଆଡ଼େ ଫେରାର ହୋଇ ଯାଇଥିବା ଜଣାପଡ଼ିଛି।

 

 

KNews Bureau

Recent Posts

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

3 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

15 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

19 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

29 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

55 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

1 hour ago