ରାଜ୍ୟ

କୋରାପୁଟ କାପସିପୁଟ ଗ୍ରାମର ମଉଡମଣି ଘନ ଜାନୀ, ନିଜର ଚିନ୍ତାଧାରା ଓ ଭଲ କାମ ପାଇଁ ଆଜି ସେ ପ୍ରଶଂସାର ପାତ୍ର

କୋରାପୁଟ: ଭଲ ପାଠ ପଢ, ନିଜେ ଭଲ ମଣିଷ ହୁଅ । ନିଜେ ଆଗକୁ ବଢ, ନିଜ ଜାତି ଭାଇ ମାନଙ୍କ ଆଙ୍ଗୁଳି ଧରି ସେମାନଙ୍କୁ ବି ଉପରକୁ ଉଠାଇବାକୁ ଚେଷ୍ଟା କର । କିସ୍  ଓ କିଟ୍ ର ପ୍ରାଣ ପ୍ରତିଷ୍ଠାତା ଡ. ଅଚ୍ଯୁତ ସାମନ୍ତଙ୍କ ଏକ ପ୍ରେରଣାରେ ଉଦବ୍ରୁତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ୍ କାପସିପୁଟ ଗ୍ରାମର ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବକ ଘନ ଜାନୀ । କିସ୍ ଆଦିବାସ ବିଶ୍ବ ବିଦ୍ଯାଳୟରେ ଇଂରାଜୀରେ ପିଜି କରୁଥିବା ଘନ ଲକ୍ ଡାଉନ୍ ବେଳେ ନିଜ ଗାଁର ପିଲାଙ୍କୁ ନିୟମିତ ପାଠ ପଢାଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ।

ସେ ପାଠ ପଢାଉଥିବା ଛାତ୍ର ଛାତ୍ରୀଙ୍କ ଭିତରେ ଅଛନ୍ତି ପ୍ରଥମ ଶ୍ରେଣୀର ଜଣେ କୁନି ଛାତ୍ରୀ ନନ୍ଦିନୀ ଜାନୀ । ସେ ବଡ ହେଲେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଘନ ଜାନୀଙ୍କୁ କ୍ଳାସରେ ନିୟମିତ ଆସି ପାଠ ପଢୁଛନ୍ତି । ତାଙ୍କ ଭଳି ୨୫ ରୁ ଅଧିକ ପିଲାଙ୍କୁ ପାଠ ପଢାଉଛନ୍ତି ଘନ । ପିଲାମାନେ ସବୁବେଳେ ଧାଡି ହୋଇ ପାଠ ପଡିବାକୁ ଆସିଥାନ୍ତି । ଏହାପରେ ଘର ଦୁଆରେ ପହଁଚିବା ପରେ ସେମାନଙ୍କ ହାତକୁ ସାନିଟାଇଜର ଦେଇ ସଫା କରିବାକୁ କହିଥାନ୍ତି ଘନ ।

ସାମାଜିକ ଦୂରତ୍ବ ବଜାୟ ରଖି ଛୁଆ ମାନଙ୍କୁ ସେ ପାଠ ପଢାଇଥାନ୍ତି । ଲକ୍ ଡାଉନ୍ ଫଳରେ ସ୍କୁଲ ବନ୍ଦ ହେବା ଦିନଠୁ ଘନ ଏପରି ପ୍ରତିଦିନ ପିଲାମାନଙ୍କୁ ପାଠ ପଢାଇଥାନ୍ତି । ଖାଲି ସେତିକି ନୁହେଁ କିସ୍ ଓ କିଟର ପ୍ରତିଷ୍ଠାତା ଡ.ଅଚ୍ଯୁତ ସାମନ୍ତଙ୍କ ପ୍ରେରଣାପଦ କଥାରେ ଘନ ଜାନୀ ଏମିତି ପ୍ରେରିତ ହୋଇଛନ୍ତି ଯେ ସେ ଗାଁକୁ ଆସିବାପରେ ନିଜ ବାପା ମାଙ୍କୁ ଚାଷ କାମରେ  ସହଯୋଗ ମଧ୍ଯ କରିଥାନ୍ତି । ଘନଙ୍କ ଏହି ସବୁ କାମ ପାଇଁ ତାଙ୍କୁ ଗାଁର ମଉଡ ମଣି ବୋଲି କହିଛନ୍ତି ଗ୍ରାମବାସୀ ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

52 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago