କୋରାପୁଟ କାପସିପୁଟ ଗ୍ରାମର ମଉଡମଣି ଘନ ଜାନୀ, ନିଜର ଚିନ୍ତାଧାରା ଓ ଭଲ କାମ ପାଇଁ ଆଜି ସେ ପ୍ରଶଂସାର ପାତ୍ର

କୋରାପୁଟ: ଭଲ ପାଠ ପଢ, ନିଜେ ଭଲ ମଣିଷ ହୁଅ । ନିଜେ ଆଗକୁ ବଢ, ନିଜ ଜାତି ଭାଇ ମାନଙ୍କ ଆଙ୍ଗୁଳି ଧରି ସେମାନଙ୍କୁ ବି ଉପରକୁ ଉଠାଇବାକୁ ଚେଷ୍ଟା କର । କିସ୍  ଓ କିଟ୍ ର ପ୍ରାଣ ପ୍ରତିଷ୍ଠାତା ଡ. ଅଚ୍ଯୁତ ସାମନ୍ତଙ୍କ ଏକ ପ୍ରେରଣାରେ ଉଦବ୍ରୁତ ହୋଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ୍ କାପସିପୁଟ ଗ୍ରାମର ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବକ ଘନ ଜାନୀ । କିସ୍ ଆଦିବାସ ବିଶ୍ବ ବିଦ୍ଯାଳୟରେ ଇଂରାଜୀରେ ପିଜି କରୁଥିବା ଘନ ଲକ୍ ଡାଉନ୍ ବେଳେ ନିଜ ଗାଁର ପିଲାଙ୍କୁ ନିୟମିତ ପାଠ ପଢାଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ।

ghanaସେ ପାଠ ପଢାଉଥିବା ଛାତ୍ର ଛାତ୍ରୀଙ୍କ ଭିତରେ ଅଛନ୍ତି ପ୍ରଥମ ଶ୍ରେଣୀର ଜଣେ କୁନି ଛାତ୍ରୀ ନନ୍ଦିନୀ ଜାନୀ । ସେ ବଡ ହେଲେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଘନ ଜାନୀଙ୍କୁ କ୍ଳାସରେ ନିୟମିତ ଆସି ପାଠ ପଢୁଛନ୍ତି । ତାଙ୍କ ଭଳି ୨୫ ରୁ ଅଧିକ ପିଲାଙ୍କୁ ପାଠ ପଢାଉଛନ୍ତି ଘନ । ପିଲାମାନେ ସବୁବେଳେ ଧାଡି ହୋଇ ପାଠ ପଡିବାକୁ ଆସିଥାନ୍ତି । ଏହାପରେ ଘର ଦୁଆରେ ପହଁଚିବା ପରେ ସେମାନଙ୍କ ହାତକୁ ସାନିଟାଇଜର ଦେଇ ସଫା କରିବାକୁ କହିଥାନ୍ତି ଘନ ।

koraputସାମାଜିକ ଦୂରତ୍ବ ବଜାୟ ରଖି ଛୁଆ ମାନଙ୍କୁ ସେ ପାଠ ପଢାଇଥାନ୍ତି । ଲକ୍ ଡାଉନ୍ ଫଳରେ ସ୍କୁଲ ବନ୍ଦ ହେବା ଦିନଠୁ ଘନ ଏପରି ପ୍ରତିଦିନ ପିଲାମାନଙ୍କୁ ପାଠ ପଢାଇଥାନ୍ତି । ଖାଲି ସେତିକି ନୁହେଁ କିସ୍ ଓ କିଟର ପ୍ରତିଷ୍ଠାତା ଡ.ଅଚ୍ଯୁତ ସାମନ୍ତଙ୍କ ପ୍ରେରଣାପଦ କଥାରେ ଘନ ଜାନୀ ଏମିତି ପ୍ରେରିତ ହୋଇଛନ୍ତି ଯେ ସେ ଗାଁକୁ ଆସିବାପରେ ନିଜ ବାପା ମାଙ୍କୁ ଚାଷ କାମରେ  ସହଯୋଗ ମଧ୍ଯ କରିଥାନ୍ତି । ଘନଙ୍କ ଏହି ସବୁ କାମ ପାଇଁ ତାଙ୍କୁ ଗାଁର ମଉଡ ମଣି ବୋଲି କହିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.