ଆଉ କରି ହେବନି ଭାରତୀୟ ସେନା ଉପରେ ଫିଲ୍ମ, ନିର୍ମାତାଙ୍କୁ ନେବାକୁ ପଡ଼ିବ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି

ଭାରତୀୟ ସେନା ଉପରେ ଫିଲ୍ମ, ୱେବ‌୍‌ସିରିଜ୍‌ ଓ ସିରିୟଲ ତିଆରି କରିବା ଏବେ ନିର୍ମାଣକାରୀଙ୍କ ପାଇଁ କଷ୍ଟକର ବ୍ୟାପାର ସାବ୍ୟସ୍ତ ହୋଇପାରେ। ପ୍ରତିରକ୍ଷା ବିଭାଗ ଏନେଇ ନୂଆ ଘୋଷଣା କରିଛି। ସୂଚନା ମୁତାବକ ସେନା ବାହିନୀ ଉପରେ ଫିଲ୍ମ କରିବା ପୂର୍ବରୁ ଫିଲ୍ମ ନିର୍ମାତାଙ୍କୁ ପ୍ରଥମେ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ଏନ୍‌ଓସି ନେବାକୁ ପଡ଼ିବ। ଫିଲ୍ମରେ ଭାରତୀୟ ସେନାର ୟୁନିଫର୍ମକୁ ଅପମାନଜନକ ଭାବେ ପ୍ରଦର୍ଶିତ କରୁଥିବା ନେଇ ଅଭିଯୋଗ ହେବା ପରେ ସରକାରଙ୍କ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Army against 'soldiers' endorsing pan masala or fairness cream ...

ଅଭିଯୋଗ ମିଳିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ(ସିବିଏଫ୍‌ସି), ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଓ ଇଲେକ୍ଟ୍ରୋନିକ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରଣାଳୟକୁ ଲିଖିତ ରୂପେ କହିଛନ୍ତି ଯେ ‘ କେତେକ ଫିଲ୍ମରେ ସେନା ଅଧିକାରୀ ଓ ସେନା ୟୁନିଫର୍ମକୁ ଅପମାନଜନକ ଢଙ୍ଗରେ ଉପସ୍ଥାପନ କରାଯାଉଛି। କେତେକ ପ୍ରଡକ୍ସନ୍‌ ହାଉସ୍‌ ଏଭଳି କରୁଛନ୍ତି। ଏଣୁ ଏବେ ସେନା ଉପରେ ଫିଲ୍ମ, ସିରିୟଲ ଓ ୱେବ‌୍‌ସିରିଜ୍‌ ସିରିଜ୍‌ ନିର୍ମାଣ କରିବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟଠାରୁ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌ ନେବାକୁ ପଡ଼ିବ। ’ ଜୁଲାଇ ୨୭ ତାରିଖରେ ଏହି ଚିଠି ପଠାଯାଇଛି।

I'm very secure and that's a good thing that keeps me going ...

ସୂଚନାଯୋଗ୍ୟ ଯେ ଗତ ମାସରେ ବିଗ୍‌ବସ୍‌ ୧୩ର ପ୍ରତିଯୋଗୀ ଥିବା ହିନ୍ଦୁସ୍ତାନୀ ଭାଉ ପ୍ରଡ୍ୟୁସର ଏକତା କପୁରଙ୍କ ବିରୋଧରେ ଏକ ମାମଲା ଦାଏର କରିଥିଲେ। ସେ ବାଲାଜୀ ପ୍ରଡକ୍ସନ୍‌ର ନିର୍ମିତ ୱେବ‌୍‌ସିରିଜ୍‌ ‘ଏକ୍ସଏକ୍ସଏକ୍ସ: ଅନ୍‌ସେନ୍ସସର୍ଡ ୨’ ବିରୋଧରେ ମାମଲା ରୁଜୁ କରିଥିଲେ। ସିରିଜ୍‌ର ଏକ ସିନ୍‌ ଉପରେ ଆପତ୍ତି ଦର୍ଶାଇବା ଅବସରରେ ସେ କହିଥିଲେ ଯେ ଭାରତୀୟ ସେନା, ରାଷ୍ଟ୍ରୀୟ ପ୍ରତୀକ, କର୍ଣ୍ଣଲ ଟ୍ୟାଗ୍‌ ଆଦିକୁ ଉକ୍ତ ସିନ୍‌ରେ ଅପମାନିତ କରାଯାଇଛି। ଏହି ଅଭିଯୋଗ ପରେ ଏକତା କପୁର ବିବାଦ ମଧ୍ୟରେ ଛନ୍ଦି ହୋଇପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.