ବିଶାଖାପାଟନାମ୍‌: ହିନ୍ଦୁସ୍ତାନ୍‌ ସିପୟାର୍ଡରେ ହଠାତ୍‌ ଭାଙ୍ଗି ପଡ଼ିଲା କ୍ରେନ୍‌, ଚାପି ହୋଇ ୧୦ ମୃତ; ଦେଖନ୍ତୁ ଭିଡିଓ

ଆନ୍ଧ୍ର ପ୍ରଦେଶର ବିଶାଖାପାଟନାମ୍‌ରେ ହିନ୍ଦୁସ୍ତାନ ସିପ୍‌ୟାର୍ଡରେ କ୍ରେନ୍‌ ଓଲଟି ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବିଶାଖାପାଟନାମ୍‌ ଜିଲ୍ଲା କଲେକ୍ଟର ବିନୟ ଚନ୍ଦ୍ର ଏନେଇ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ବେଳେ କ୍ରେନ୍‌ରୁ ଲ୍ୟାଣ୍ଡିଂର ଟ୍ରାଏଲ କରାଯାଉଥିଲା। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି ଯେ ସିପୟାର୍ଡରେ ଲାଗିଥିବା କ୍ରେନ୍‌ ଅଚାନକ ତଳକୁ ଖସି ପଡ଼ୁଛି। କ୍ରେନ୍‌ ତଳେ ଚାପି ହୋଇ ଲୋକଙ୍କ ମୃତ୍ୟୁ ଘଟିଛି।

ଦେଖନ୍ତୁ ଭିଡିଓ:

ଏନେଇ ମନ୍ତ୍ରୀ ଅବନ୍ତୀ ଶ୍ରୀନିବାସ ସୂଚନା ଦେଇ କହିଛନ୍ତି ଅଧିକାରୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମୁତାବକ ଭାରି କ୍ରେନ୍‌ ପାଖରେ ମୋ ୧୮ ଜଣ ଶ୍ରମିକ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.