ଫଟୋଗ୍ରାଫର୍ସଙ୍କୁ ବିନା ମାସ୍କରେ ଦେଖି ରାଗିଗଲେ ଶିଳ୍ପା ସେଟ୍ଟୀ, ହାତ ଦେଖାଇ କଲେ ଏମିତି ଦେଖନ୍ତୁ ଭିଡିଓ

କରୋନା ଭାଇରସର ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏମିତିରେ ସାଧାରଣ ଜନତାଙ୍କ ସହିତ ସେଲିବ୍ରିଟୀ ମାନେ ମଧ୍ୟ ଏହି ଖତରନାକ ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି। ନିକଟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଏକ ଭିଡିଓ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଶିଳ୍ପା ଫଟୋଗ୍ରାଫରର୍ସଙ୍କ ମୁହଁରେ ମାସ୍କ ପିନ୍ଧି ନଥିବା ଦେଖି ଭୀଷଣ ରାଗିଯାଇଛନ୍ତି।

ଶିଳ୍ପା ସେଟ୍ଟୀ ଏହି ଭିଡିଓରେ ଏହା କହୁଛନ୍ତି ଯେ, ‘ସାମାଜିକ ଦୂରତା ପାଳନ କରନ୍ତୁ, ମାସ୍କକାହିଁକି ପିନ୍ଧିନ ତୁମେମାନେ।’ ଭିଡିଓରେ ଶିଳ୍ପା ସେଟ୍ଟୀ ରାଗିକି କହୁଛନ୍ତି ମାସ୍କ କିଏ କିଏ ପିନ୍ଧିନ ଏଠି? ଆକ୍ଟ୍ରେସଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଶିଳ୍ପାଙ୍କର ଏହି ଭିଡିଓ ଭୁମ୍ପଲା ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଶିଳ୍ପା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି। ସେ ସବୁବେଳେ ନିଜ ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ସହିତ ସେୟାର କରନ୍ତି।

ଶିଳ୍ପା ସେଟ୍ଟୀଙ୍କ ଓ୍ଵାର୍କ ଆଉଟ୍‌ ବିଷୟରେ କହିବା ତ ସେ ଆକ୍ଟିଙ୍ଗ୍‌ ଦୁନିଆରେ ଅନେକ ବର୍ଷ ପରେ ପୁଣି ଫେରୁଛନ୍ତି। ଶିଳ୍ପା ସେଟ୍ଟୀ ‘ନିକ୍କମା’ ଏବଂ ‘ହଙ୍ଗାମା୨’ ଦୁଇ ଅପକମିଙ୍ଗ ଫିଲ୍ମରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.