ଟେକ୍

ବହୁତ ଶସ୍ତାରେ ଧରନ୍ତୁ OnePlusର ଏହି ୪ କ୍ୟାମେରାର ସୁନ୍ଦର ସ୍ମାର୍ଟଫୋନ୍‌, ଫଟୋ ଉଠିବ ଏକଦମ୍‌ କାଚ

ଓ୍ଵାନପ୍ଲସର ସବୁଠାରୁ ବଢ଼ିଆ ଏବଂ ଦମଦାର ସ୍ମାର୍ଟଫୋନ ଏବେ ଶସ୍ତାରେ କିଣିବାର ସୁଯୋଗ ଆସିଛି। ଆପଣ ବି ଯଦି ଓ୍ଵାନପ୍ଲସ ଧରିବାର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସୁଯୋଗକୁ ଯମା ବି ହାତଛଡା କରନ୍ତୁନାହିଁ। କମ୍‌ ମୂଲ୍ୟରେ ବଢ଼ିଆ ଫିଚର୍ସ ସହିତ ଦମଦାର ବ୍ୟାଟେରୀ କ୍ୱାଲିଟୀ ପାଇବେ ଏହି ଫୋନରେ। କମ୍ପାନୀ ଏହି ଫୋନକୁ ଜୁଲାଇରେ ଲଞ୍ଚ କରିଥିଲା ଏବଂ କମ୍ପାନୀର ଅଫିସିଆଲ ୱେବସାଇଟରୁ ଜଣାପଡିଲା ଯେ ଫୋନରେ ବହୁତ ଭଲ ଡିସକାଉଣ୍ଟ ଦିଆଯାଉଛି।

କମ୍ପାନୀ ଏହି ଫୋନକୁ ୨୯,୯୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ କରିଛି। କିନ୍ତୁ ଓ୍ଵାନପ୍ଲସର ଅଫିସିଆଲ ୱେବସାଇଟରୁ ଏହା ଜଣାପଡିଲା ଯେ ଫୋନରେ ୧,୦୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି। ଏହି ଡିସକାଉଣ୍ଟ ଆପଣ କେମିତି ପାଇପାରିବେ ଆସନ୍ତୁ ଜାଣିବା।

ର ପ୍ରାରମ୍ଭିକ ଦାମ ମାତ୍ର ୨୪,୯୯୯ ଟଙ୍କା। ଯାହା ଏହାର ବେସ୍‌ ଭେରିୟଣ୍ଟ  6GB+64GB ଅଟେ। ସେହିପରି ଏହାର 8GB+128GB  ଭେରିୟଣ୍ଟର ଦାମ ୨୭,୯୯୯ ଟଙ୍କା ଏବଂ  12GB+256GB ଭେରିୟଣ୍ଟର ଦାମ ୨୯,୯୯୯ ଟଙ୍କା। କିନ୍ତୁ ଓ୍ଵାନପ୍ଲସରୁ ଜଣାପଡିଲା ଯେ ଯଦି ଆପଣ ଫୋନ କିଣିବାକୁ ICICI ବ୍ୟାଙ୍କର କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ଏହି ଫୋନ ଉପରେ ୧ ହଜାର ଟଙ୍କା ଡିସକାଉଣ୍ଟ ମିଳିବ।

ଏହୀ ନୂଆ ଫୋନରେ ୬.୪୪ ଇଞ୍ଚର AMOLED ଡିସପ୍ଲେ ଦିଆଯାଇଛି। ଯାହା ରିଫ୍ରେସ ରେଟ ସହିତ ଆସିଥାଏ। ଫୋନର ବ୍ୟାକ୍‌ ଏବଂ ଫ୍ରଣ୍ଟରେ କ୍ରନିଙ୍ଗ୍‌ ଗରିଲା ଗ୍ଲାସ ୫ ପ୍ରୋଟେକସନ୍‌ ଦିଆଯାଇଛି। ଯାହା ଏହାକୁ ଡ୍ୟାମେଜ୍‌ ହେବା ଠାରୁ ରକ୍ଷା କରିଥାଏ। ଓ୍ଵାନପ୍ଲସର ଏହି ଆଫର୍ଡେବଲ ସ୍ମାର୍ଟଫୋନ  OxygenOS 10.5 ଉପରେ ବେସଡ୍‌ ଆଣ୍ଡ୍ରଏଡ୍‌ ୧୦ ଉପରେ କାମ କରିଥାଏ।

ଏହି ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ 765G ପ୍ରୋସେସର ଦିଆଯାଇଛି। ଓ୍ଵାନପ୍ଲସ ୮ ସିରିଜ୍‌ ଭଳି  OnePlus Nord ସ୍ମାର୍ଟଫୋନ ସପୋର୍ଟ ସହିତ ଆସିଥାଏ। ଗ୍ରାହକଙ୍କୁ ଏହି ଫୋନ୍‌ ଦୁଇଟି କଲର ଭେରିୟଣ୍ଟ ବ୍ଲୁ ମାର୍ବଲ ଏବଂ ଗ୍ରେ ଅନିକ୍ସରେ ପାଇପାରିବେ।

ଫୋନରେ କ୍ୱାଡ ରିୟର କ୍ୟାମେରା ସେଟଅପ୍‌

OnePlus Nordର ବ୍ୟାକରେ କ୍ୱାଡ୍‌ କ୍ୟାମେରା ସେଟଅପ୍‌ ଦିଆଯାଇଛି। ଅର୍ଥାତ ଏହି ଫୋନର ବ୍ୟାକରେ ୪ କ୍ୟାମେରା ମିଳିବ। ଫୋନର ରିୟରରେ ମେନ କ୍ୟାମେରା ୪୮ ମେଗାପିକ୍ସେଲର ସେନସର ଦିଆଯାଇଛି। ଏହାଛଡା ୮ ମେଗାପିକ୍ସେଲର ଅଲଟ୍ରା-ଓ୍ଵାଇଡ୍‌ କ୍ୟାମେରା, ୫ ମେଗାପିକ୍ସେଲର ଡେପ୍ଥ ସେନସର ଏବଂ ୨ ମେଗାପିକ୍ସେଲର ମ୍ୟାକ୍ରୋ ଲେନ୍ସ ଦିଆଯାଇଛି। ଖାସ୍‌ କଥା ହେଉଛି ଏହି ଫୋନର ଫ୍ରଣ୍ଟରେ ଡୁଆଲ ସେଲଫି କ୍ୟାମେରା ଦିଆଯାଇଛି।

Pritiparna

Recent Posts

୧୦ ଟଙ୍କିଆ ଥଣ୍ଡା ପାନୀୟ ଭିତରୁ ବାହାରିଲା କଣ୍ଡୋମ୍: ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଘଟଣାଟି ସତ

ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…

14 mins ago

ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ୍, କହିଲେ ଚାଷୀଙ୍କ ପାଇଁ କିଛି କରିନି ବିଜେପି

ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…

25 mins ago

ସେଣ୍ଟ୍ରାଲ ବ୍ୟାଙ୍କରେ ଖାଲିପଡିଛି ଅନେକ ପଦବୀ, ଇଣ୍ଟରଭ୍ୟୁରେ ହେବ ଚୟନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…

30 mins ago

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

2 hours ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

2 hours ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago