Below header

ବହୁତ ଶସ୍ତାରେ ଧରନ୍ତୁ OnePlusର ଏହି ୪ କ୍ୟାମେରାର ସୁନ୍ଦର ସ୍ମାର୍ଟଫୋନ୍‌, ଫଟୋ ଉଠିବ ଏକଦମ୍‌ କାଚ

ଓ୍ଵାନପ୍ଲସର ସବୁଠାରୁ ବଢ଼ିଆ ଏବଂ ଦମଦାର ସ୍ମାର୍ଟଫୋନ ଏବେ ଶସ୍ତାରେ କିଣିବାର ସୁଯୋଗ ଆସିଛି। ଆପଣ ବି ଯଦି ଓ୍ଵାନପ୍ଲସ ଧରିବାର ସ୍ୱପ୍ନ ଦେଖୁଛନ୍ତି ତାହେଲେ ଏହି ସୁଯୋଗକୁ ଯମା ବି ହାତଛଡା କରନ୍ତୁନାହିଁ। କମ୍‌ ମୂଲ୍ୟରେ ବଢ଼ିଆ ଫିଚର୍ସ ସହିତ ଦମଦାର ବ୍ୟାଟେରୀ କ୍ୱାଲିଟୀ ପାଇବେ ଏହି ଫୋନରେ। କମ୍ପାନୀ ଏହି ଫୋନକୁ ଜୁଲାଇରେ ଲଞ୍ଚ କରିଥିଲା ଏବଂ କମ୍ପାନୀର ଅଫିସିଆଲ ୱେବସାଇଟରୁ ଜଣାପଡିଲା ଯେ ଫୋନରେ ବହୁତ ଭଲ ଡିସକାଉଣ୍ଟ ଦିଆଯାଉଛି।

କମ୍ପାନୀ ଏହି ଫୋନକୁ ୨୯,୯୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ କରିଛି। କିନ୍ତୁ ଓ୍ଵାନପ୍ଲସର ଅଫିସିଆଲ ୱେବସାଇଟରୁ ଏହା ଜଣାପଡିଲା ଯେ ଫୋନରେ ୧,୦୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି। ଏହି ଡିସକାଉଣ୍ଟ ଆପଣ କେମିତି ପାଇପାରିବେ ଆସନ୍ତୁ ଜାଣିବା।

oneplusର ପ୍ରାରମ୍ଭିକ ଦାମ ମାତ୍ର ୨୪,୯୯୯ ଟଙ୍କା। ଯାହା ଏହାର ବେସ୍‌ ଭେରିୟଣ୍ଟ  6GB+64GB ଅଟେ। ସେହିପରି ଏହାର 8GB+128GB  ଭେରିୟଣ୍ଟର ଦାମ ୨୭,୯୯୯ ଟଙ୍କା ଏବଂ  12GB+256GB ଭେରିୟଣ୍ଟର ଦାମ ୨୯,୯୯୯ ଟଙ୍କା। କିନ୍ତୁ ଓ୍ଵାନପ୍ଲସରୁ ଜଣାପଡିଲା ଯେ ଯଦି ଆପଣ ଫୋନ କିଣିବାକୁ ICICI ବ୍ୟାଙ୍କର କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ଏହି ଫୋନ ଉପରେ ୧ ହଜାର ଟଙ୍କା ଡିସକାଉଣ୍ଟ ମିଳିବ।

ଏହୀ ନୂଆ ଫୋନରେ ୬.୪୪ ଇଞ୍ଚର AMOLED ଡିସପ୍ଲେ ଦିଆଯାଇଛି। ଯାହା ରିଫ୍ରେସ ରେଟ ସହିତ ଆସିଥାଏ। ଫୋନର ବ୍ୟାକ୍‌ ଏବଂ ଫ୍ରଣ୍ଟରେ କ୍ରନିଙ୍ଗ୍‌ ଗରିଲା ଗ୍ଲାସ ୫ ପ୍ରୋଟେକସନ୍‌ ଦିଆଯାଇଛି। ଯାହା ଏହାକୁ ଡ୍ୟାମେଜ୍‌ ହେବା ଠାରୁ ରକ୍ଷା କରିଥାଏ। ଓ୍ଵାନପ୍ଲସର ଏହି ଆଫର୍ଡେବଲ ସ୍ମାର୍ଟଫୋନ  OxygenOS 10.5 ଉପରେ ବେସଡ୍‌ ଆଣ୍ଡ୍ରଏଡ୍‌ ୧୦ ଉପରେ କାମ କରିଥାଏ।

oneଏହି ସ୍ମାର୍ଟଫୋନରେ କ୍ୱାଲକମ୍‌ ସ୍ନାପଡ୍ରାଗନ 765G ପ୍ରୋସେସର ଦିଆଯାଇଛି। ଓ୍ଵାନପ୍ଲସ ୮ ସିରିଜ୍‌ ଭଳି  OnePlus Nord ସ୍ମାର୍ଟଫୋନ ସପୋର୍ଟ ସହିତ ଆସିଥାଏ। ଗ୍ରାହକଙ୍କୁ ଏହି ଫୋନ୍‌ ଦୁଇଟି କଲର ଭେରିୟଣ୍ଟ ବ୍ଲୁ ମାର୍ବଲ ଏବଂ ଗ୍ରେ ଅନିକ୍ସରେ ପାଇପାରିବେ।

ଫୋନରେ କ୍ୱାଡ ରିୟର କ୍ୟାମେରା ସେଟଅପ୍‌

OnePlus Nordର ବ୍ୟାକରେ କ୍ୱାଡ୍‌ କ୍ୟାମେରା ସେଟଅପ୍‌ ଦିଆଯାଇଛି। ଅର୍ଥାତ ଏହି ଫୋନର ବ୍ୟାକରେ ୪ କ୍ୟାମେରା ମିଳିବ। ଫୋନର ରିୟରରେ ମେନ କ୍ୟାମେରା ୪୮ ମେଗାପିକ୍ସେଲର ସେନସର ଦିଆଯାଇଛି। ଏହାଛଡା ୮ ମେଗାପିକ୍ସେଲର ଅଲଟ୍ରା-ଓ୍ଵାଇଡ୍‌ କ୍ୟାମେରା, ୫ ମେଗାପିକ୍ସେଲର ଡେପ୍ଥ ସେନସର ଏବଂ ୨ ମେଗାପିକ୍ସେଲର ମ୍ୟାକ୍ରୋ ଲେନ୍ସ ଦିଆଯାଇଛି। ଖାସ୍‌ କଥା ହେଉଛି ଏହି ଫୋନର ଫ୍ରଣ୍ଟରେ ଡୁଆଲ ସେଲଫି କ୍ୟାମେରା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.