ରାଉରକେଲା ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପୋଲିସ । ଏହାସହ ଯୁବତୀଙ୍କର ବିବାହିତ ପ୍ରେମିକକୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ନିକଟରେ ଦୁଇଟି ଚୋରା ବୋଲେରୋ ସହ ୩ଟି ମୋବାଇଲ ଜବତ କରାଯାଇଛି ।

ରାଉରକେଲା ପୋଲିସ ଏସ୍‌ପି କେ ଶିବା ସୁବ୍ରମଣି ଛେଣ୍ଡ ଥାନାରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଓମ୍‌ଫେଡ ନିଛାଟିଆ ରାସ୍ତାରେ ଗତ ସେପ୍ଟେମ୍ବର ୧୫ ତାରିଖ ଦିନ ଗଣଦୁଷ୍କର୍ମ ହୋଇଥିଲା । କଲୁଙ୍ଗା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ଅଞ୍ଚଳ ସମେତ ଅନ୍ୟ କେତେକ ସ୍ଥାନରେ ବୋଲେରୋରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.