Below header

OnePlus 7T ରେ ମିଳୁଛି ୩ ହଜାର ଟଙ୍କାର ବମ୍ପର ଡିସକାଉଣ୍ଟ, ଆଜି ହିଁ ଏଠାରୁ କିଣନ୍ତୁ

OnePlus 8T ଆସନ୍ତା ୧୪ ଅକ୍ଟୋବରରେ ଭାରତରେ ଲଞ୍ଚ ହେବ। ଏବେ ଏହି ଫୋନ ଲଂଚି ହେବା ପୂର୍ବରୁ କମ୍ପାନୀOnePlus 7T ଉପରେ ବମ୍ପର ଡିସକାଉଣ୍ଟ ଦେଉଛି। ଏହି ଫୋନରେ ଗ୍ରାହକଙ୍କୁ ୩ ହଜାର ଟଙ୍କାର ଡିସକାଉଣ୍ଟ ଦେଉଛି। ଏହି ଡିସକାଉଣ୍ଟ କମ୍ପାନୀ ଅଫିସିଆଲ ଷ୍ଟୋରରେ ଦେଉଛି।

ଡିସକାଉଣ୍ଟ ପରେ ଇଚ୍ଛକ ଗ୍ରାହକ ଏହି ସ୍ମାର୍ଟଫୋନକୁ ୩୪,୯୯୯ ଟଙ୍କାରେ କିଣିପାରିବ। ୮ ଜିବି ରାମ + ୧୨୮ ଜିବି ଷ୍ଟୋରେଜ ଭାରିଅଣ୍ଟରେ ଗ୍ରାହକ ଏହାକୁ କିଣିପାରିବେ। ସେହିପରି ଓ୍ଵାନପ୍ଲସର ଅଫିସିଆଲ ଷ୍ଟୋରରେ ୮ ଜିବି ରାମ+ ୨୫୬ ଜିବି ଷ୍ଟୋରେଜ ଥିବା ଭାରିଅଣ୍ଟର ଦାମ ୩୯,୯୯୯ ପରିବର୍ତ୍ତେ ୩୭,୯୯୯ ଟଙ୍କାରେ ବିକ୍ରି କରାଯାଉଛି। କିନ୍ତୁ ଏହି ଅଫର କେବେ ପର୍ଯ୍ୟନ୍ତ ଚାଲିବ ତାହା ଜଣାପଡିନାହିଁ।

OnePlus-7T-Pro-held

ସେହପରି ଆମାଜନରେ ୮ ଜିବି ରାମ+ ୨୫୬ ଜିବି ଷ୍ଟୋରେଜ ଥିବା ଭାରିଅଣ୍ଟ ଫୋନ ୩୭,୯୯୯ ଟଙ୍କାରେ ବିକ୍ରି କରାଯାଉଛି। ଯାହା ସହିତ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ କାର୍ଡ ଏବଂ ଡେବିଟ ଇଏମଆଇ ଟ୍ରାଞ୍ଜାକ୍ସନ ଉପରେ ଫ୍ଲାଟ ୩,୦୦୦ ଟଙ୍କା ଇଣ୍ଟରେଷ୍ଟ ଡିସକାଉଣ୍ଡ ଅଫର ମଧ୍ୟ ଦିଆଯାଉଛି। ଆଉ ନୋ କଷ୍ଟ ଇଏମଆଇ ମଧ୍ୟ ଅଫର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.