Below header

ଏଣିକି ବିମାନ ଯାତ୍ରା ସମୟରେ ବି ମୋବାଇଲ ସୁବିଧାର ଲାଭ ଉଠାଇ ପାରିବେ ଗ୍ରାହକ, Reliance Jio ଲଞ୍ଚ କଲା ନୂଆ ପ୍ଲାନ

ରିଲାଏନ୍ସ ଜିଓ ନିଜ ଗ୍ରାହକ ମାନଙ୍କ ପାଇଁ ଏକ ବଡ ଭେଟି ଲଞ୍ଚ କରିଛି । ବିମାନ ଯାତ୍ରା ସମୟରେ ବି ଯାତ୍ରୀ ମାନେ ଯେମିତି କଲିଙ୍ଗ ସମେତ ଅନ୍ୟାନ ସୁବିଧା ପାଇପାରିବେ ସେ ନେଇ କମ୍ପାନୀ ତରଫରୁ ଏକ ନୂଆ ପ୍ଲାନ ଲଞ୍ଚ କରାଯାଇଛି । ଏଥିପାଇଁ କମ୍ପାନୀ “ଏୟରୋ ମୋବାଇଲ” ସହ ଏକ ଚୁକ୍ତି ମଧ୍ୟ ସ୍ଵାକ୍ଷରିତ ହୋଇଛି । କହିରଖିବା ଉଚିତ ହେବକି, ଏୟାରୋ ମୋବାଇଲ ପାନାସୋନିକ ଏବିୟୋନିକ୍ସ କର୍ପୋରେସନର ଏକ ସବସିଡି କମ୍ପାନୀ । ଏହି ପ୍ଲାନ ଲାଗୁ ହେଲେ ଗ୍ରାହକ ମାନେ ବିମାନ ଯାତ୍ରା ସମୟରେ ବି ଜିଓର ସମସ୍ତ ସୁବିଧାର ଲାଭ ଉଠାଇ ପାରିବେ । ରିଲାଏନ୍ସ ଜିଓ ଏହି ସେବା ଵର୍ଜିନ ଆଟଲାଣ୍ଟିକ, ଏତିହାଡଦ ଏୟାରୱେଜ, ୟୁରୋ ବିଂଗ୍ସ , ଲୁଫ୍ତାନ୍ସ, ମଳିଣ୍ଡ ଏୟାର, ସୁଇସ ଇଣ୍ଟରନ୍ୟାସନାଲ, ଏମିରେଟ ଏୟାରଲାଇନ୍ସ ପରି ବିମାନ ସେବା ମାନଙ୍କରେ ଉପଲବ୍ଧ ହେବ ।

ଆଉ ଏକ ଝୁସିର କଥା ଏହି ସୁବିଧା ଲଞ୍ଚ କରିବାରେ ଦେଶର ପ୍ରଥମ କମ୍ପାନୀ ପାଲଟିଛି ରିଲାଏନ୍ସ ଜିଓ । ଏହି ପ୍ଲାନ ସହ କମ୍ପାନୀ ୩ ଟି ଅନ୍ତରାଷ୍ଟ୍ରୀୟ ରୋମିଙ୍ଗ ପ୍ଲାନ ଲଂଚ କରିଛି । ଯାହାର ମୂଲ୍ୟ ଯଥାକ୍ରମେ ୪୯୯ ଟଙ୍କା, ୬୯୯ ଟଙ୍କା, ୯୯୯ ଟଙ୍କା ରଖାଯାଇଛି । କିନ୍ତୁ କହିରଖିବା ଉଚିତ ହେବକି ଏହି ତିନି ସେବାର ବୈଧତା ମାତ୍ର ଗୋଟିଏ ଦିନ ଯାଏଁ ହିଁ ରହିବ । ଏହି ତିନି ପ୍ଲାନରେ ଗ୍ରାହକଙ୍କୁ ୧୦୦ ମିନିଟ କଲିଙ୍ଗ, ୧୦୦ ଏସଏମଏସ ସୁବିଧା ମିଳୁଥିବା ବେଳେ ୪୯୯ ଟଙ୍କିଆ ପ୍ୟାକରେ ୨୫୦ ଏମବି, ୬୯୯ ଟଙ୍କିଆ ପ୍ୟାକରେ ୫୦୦ ଏମବି ଓ ୯୯୯ ଟଙ୍କିଆ ପ୍ଲାନରେ ୧ ଜିବି ଡାଟା ସୁବିଧା ମିଳିପାରିବ। କିନ୍ତୁ ଏହି ତିନି ପ୍ଲାନରେ ଇନକମିଙ୍ଗ କଲ ସୁବିଧା ରହିବ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.