କେନ୍ଦ୍ରାପଡ଼ା ବଜାର ସଂନ୍ଧ୍ୟା ୬ରୁ ସକାଳ ୬ ସଟ୍ଡାଉନ୍, ମାସ୍କ ନପିନ୍ଧିବା ସହ ସାମାଜିକ ଦୂରତା ମାନୁନାହାନ୍ତି ଲୋକେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ କରୋନା ସଂକ୍ରମଣ ରୋକିବାକୁ ସଟ୍ଡାଉନ୍ । ସହରରୁ ପ୍ରତିଦିନ ୧୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ କଟକଣା ଉଠିବା ପରେ କିଛି ଲୋକ ଅମାନିଆ ହୋଇଯାଇଛନ୍ତି।
ମାସ୍କ ନ ପିନ୍ଧିବା ସହ ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳିଛି। ଫଳରେ ବଜାର ସଟ୍ଡାଉନ୍ କରିବା ପାଇଁ ନିଷ୍ପତ୍ତି ନେଇଛି ପୂଜା କମିଟି। ସଂନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ଦୋକାନ ବଜାର ବନ୍ଦ ରଖାଯାଉଛି।