ୟୁକ୍ରେନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨୨ ମୃତ, ୪ ନିଖୋଜ

ଶୁକ୍ରବାର ରାତିରେ ଏକ ବଡ ବିମାନ ଦୁର୍ଘଟଣା ଘଟିଛି। ୟୁକ୍ରେନ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୨୨ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ଭାବେ ଆହତ ଏବଂ ୪ ଜଣ ନିଖୋଜ ରହିଛନ୍ତି। ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ପାଇଲଟଙ୍କୁ ମିଶାଇ ୨୮ ଜଣ ଲୋକ ରହିଥିଲେ। ଏହି ବିମାନଟି ଳ୍ୟାଣ୍ଡିଂ କରିବା ସମୟରେ କ୍ରାସ ହୋଇଛି। ଲ୍ୟାଣ୍ଡିଂ ସମୟରେ କୌଣସି କାରଣରୁ ବିମାନରେ ନିଆଁ ଲାଗଯାଇଥିଲା। ତେଣୁ ଏଭଳି ଏକ ବଡ ଦୁର୍ଘଟଣା ଘଟିଗଲା।
ଘଟଣାସ୍ଥଳରେ ଥିବା କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ବିମାନରେ ଥିବା ସମସ୍ତଙ୍କ ଲୋକଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୨ ଜଣ ଲୋକଙ୍କ ମୃତ ଘୋଷଣା କରିଥିଲେ ଡାକ୍ତର। ନିଖୋଜ ହୋଇଥିବା ବ୍ୟକ୍ତି ସନ୍ଧାନ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ।