ଟେକ୍

iPhone 13 ଜିତିଲା ବେଷ୍ଟ ସ୍ମାର୍ଟଫୋନ୍‌ ଆୱର୍ଡ, ସ୍ମାର୍ଟ ଟିଭି ଭିତରେ ବାଜି ମାରିଲା ସାମସଙ୍ଗ

ଆମାଜନ ଇଣ୍ଡିଆ ଏହାର ପ୍ରଥମ ‘Amazon Customer’s Choice Smartphone and Smart TV Awards 2021’ ଘୋଷଣା କରିଛି ଏବଂ ଏହା ଆପଲ୍ ଓ ସାମସଙ୍ଗ ବାଜିମାତ କରିଛନ୍ତି। ଏହି ବର୍ଷ ଆପଲ୍ ଆଇଫୋନ୍ 13 ବର୍ଷର ଶ୍ରେଷ୍ଠ ସ୍ମାର୍ଟଫୋନ୍ ପୁରସ୍କାର ପାଇଛି । ଏହା ସହିତ ସାମସଙ୍ଗର ୪୩ -ଇଞ୍ଚ କ୍ରିଷ୍ଟାଲ 4K ସିରିଜ୍ ଅଲ୍ଟ୍ରା HD ସ୍ମାର୍ଟ ଏଲଇଡି ଟିଭିକୁ ଶ୍ରେଷ୍ଠ ସ୍ମାର୍ଟ ଟିଭିର ଆଖ୍ୟା ଦିଆଯାଇଥିଲା ।ସ୍ମାର୍ଟଫୋନ୍ ସେଗମେଣ୍ଟରେ ଆପଲ୍ ସବୁଠାରୁ ପସନ୍ଦିତ ବ୍ରାଣ୍ଡ ହୋଇଗଲା । ଏହି ବର୍ଗରେ ଆପଲ୍ ପରେ ୱାନପ୍ଲସ୍ ନାମିତ ହେଲା ।

ଏହି ବର୍ଗରେ ବାଜିମାରିଲା ସାଓମୀ

ବେଷ୍ଟ ବଜେଟ ସ୍ମାର୍ଟଫୋନ୍ କ୍ୟାଟେଗୋରୀରେ ସାଓମୀ ସ୍ମାର୍ଟପୋନ୍ Redmi 10 Prime ଅଧିକ ପସନ୍ଦ କରାଯାଇଛି। ସେହିପରି ବେଷ୍ଟ କ୍ୟାମେରା ଫୋନ୍‌ରେ iPhone 13 Proକୁ ଲୋକେ ଅଧିକ ପସନ୍ଦ କରିଛନ୍ତି। ମିଡ୍‌-ରେଞ୍ଜ ସେଗ୍‌ମେଣ୍ଟରେ OnePlus Nord 2 5Gକୁ ଲୋକେ ସବୁଠାରୁ ଅଧିକ ପସନ୍ଦ କରିଛନ୍ତି। ଏହି କ୍ୟାଟେଗୋରୀରେ ଦ୍ୱିତୀୟ ନମ୍ବରରେ Redmi Note 10 Pro Max ମୋବାଇଲ୍‌ ରହିଛି। ବେଷ୍ଟ ପ୍ରିମିୟମ ସ୍ମାର୍ଟଫୋନ୍ କ୍ୟାଟେଗୋରୀରେ ପ୍ରଥମ ସ୍ଥାନରେ ଆପଲ iPhone 13 Mini ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ସାମସଙ୍ଗ ଗ୍ୟାଲେକ୍ସି S20 FE 5G ଫୋନ୍ ରହିଛି। ସେହିପରି ବେଷ୍ଟ ଡିଜାଇନ କ୍ୟାଟେଗୋରୀରେ iPhone 13 ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଦ୍ୱିତୀୟରେ oneplus 9 pro 5g ଫୋନକୁ ଲୋକେ ପସନ୍ଦ କରିଛନ୍ତି।

IQOO ବେଷ୍ଟ ଗେମିଂ ଫୋନ୍

ଏହି ବର୍ଗରେ ବ୍ୟାଟେରୀ ସହିତ ସ୍ମାର୍ଟଫୋନ୍ ବିଷୟରେ କହିବାକୁ ଗଲେ ସାମସଙ୍ଗ ଗାଲାକ୍ସି M32 5G ଏଥିରେ ନମ୍ବର ୧ ଭାବରେ ବିବେଚନା କରାଯାଇଥିଲା । ଏହି ବର୍ଗରେ iPhone 13କୁ ମଧ୍ୟ ଲୋକେ ଦ୍ୱିତୀୟ ଶ୍ରେଣୀରେ ରଖିଛନ୍ତି। ତେବେ ବେଷ୍ଟ ବ୍ୟାଟେରୀ କ୍ୟାଟେଗୋରୀରେ ସାମସଙ୍ଗ M32 5G ନମ୍ବର ୱାନ୍ ରହିଛି।

ସ୍ମାର୍ଟ ଟିଭି ବିଷୟରେ କହିବାକୁ ଗଲେ ସାମସଙ୍ଗ ସୋନି ଠାରୁ ଏକ ପାଦ ଆଗକୁ ଯାଇ ୧ ନମ୍ବର ଟାଇଟଲ୍ ଜିତିଛି । ସାମସଙ୍ଗର ସ୍ମାର୍ଟ ଟିଭି ୩୨, ୪୦ ଏବଂ ୪୩-ଇଞ୍ଚ ସେଗମେଣ୍ଟରେ ଶୀର୍ଷରେ ଅଛି । ଏହି ସମୟରେ, LG ର ଟିଭିଗୁଡ଼ିକ ଏହି ପ୍ରସଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛି । ଆମାଜନ ନିଜେ ସାମସଙ୍ଗକୁ ୫୫ ଇଞ୍ଚର ବେଷ୍ଟ ପ୍ରିମିୟମ ଏବଂ ବେଷ୍ଟ ବଡ଼ ସ୍କ୍ରିନ ଟିଭି ପାଇଁ ପୁରସ୍କାର ପ୍ରଦାନ କରିଛି । ସାମସଙ୍ଗ ୫୫ ଇଞ୍ଚର QLED ସେଗମେଣ୍ଟରେ OnePlus କୁ ଅତିକ୍ରମ କରିଛି ।ଅଲ୍ଟ୍ରା HD ଟିଭି ମଧ୍ୟ ସମାନ ଅବସ୍ଥା ଥିଲା ।

Barsha

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

3 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

5 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

7 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

7 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

7 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

7 hours ago