ଟେକ୍

iPhone ଧରିବା ଇଚ୍ଛା ହେବ ପୂରଣ ! Apple ଲଞ୍ଚ କଲା ନୂଆ ଦମଦାର ଶସ୍ତା ଫୋନ୍‌ , ଫିଚର୍ସ ମଧ୍ୟ ଲାଜବାବ

ଯେଉଁମାନେ ଆଇଫୋନ ବ୍ୟବହାର କରିବାକୁ ଚାହୁଁଛନ୍ତି କିନ୍ତୁ ମହଙ୍ଗାକୁ ଲକ୍ଷ୍ୟ କରି କିଣି ପାରୁନାହାନ୍ତି, ସେମାନଙ୍କ ପାଇଁ ଆପଲ ନୂଆ ଆଇଫୋନ ଲଞ୍ଚ କରିଛି। କମ୍ପାନୀ ଏହି ଫୋନର ଦାମ ମଧ୍ୟ ବହୁତ କମ୍‌ ରଖିଛି। ଆଇଫୋନ ଏସଇ ନାମରେ ଲଞ୍ଚ ହୋଇଥିବା ଏହି ଫୋନ ଦେଖିବାକୁ ଆଇଫୋନ ୮ ଭଳି। କିନ୍ତୁ ଏଥିରେ ଆଇଫୋନ ୧୧ର ପାଓ୍ଵାର ଦିଆଯାଇଛି।

କମ୍ପାନୀ ଏହି ନୂଆ ଫୋନକୁ କଲେଜ ଯାଉଥିବା ଟିନ୍‌ ଏଜର୍ସଙ୍କୁ ଧ୍ୟାନରେ ରଖି ଲଞ୍ଚ କରିଛି। ଏହି ୪.୭ ଇଞ୍ଚ ବିଶିଷ୍ଟ ଏହି ଫୋନରେ ରେଟିନା ଏଚଡି ଦିଆଯାଇଛି। ଏହି ଫୋନକୁ ଅଫିସ ଯାଉଥିବା କର୍ପୋରେଟସ ଏବଂ କମ୍ପାନୀ ମାଲିକ ମଧ୍ୟ କିଣିପାରିବେ।

କେତେ ରହିଛି ଦାମ

କମ୍ପାନୀ ଏହି ଫୋନର ଦାମ ୪୨, ୫୦୦ ଟଙ୍କା ରଖାଯାଇଛି। କିନ୍ତୁ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଜାରୀ କ୍ୟାସବ୍ୟାକ ସ୍କିମ କାରଣରୁ ଏହାର ଦାମ ପ୍ରାୟ ୩୮, ୯୦୦ ଟଙ୍କା ପଡିବ। ଏହି ଫୋନ କଳା, ଧଳା ଏବଂ ଲାଲ ରଙ୍ଗରେ ଉପଲବ୍ଧ ହେବ। ଫୋନରେ ଏ୧୩ ବାୟୋନିକ ଚିପ ରହିଛି ଯାହା ସବୁଠାରୁ ଅଧିକ ସ୍ପିଡ୍‌ ଚାଲୁଥିବା ଚିପ୍‌ ଅଟେ। ଏହାଛଡା ଏଥିରେ ସିଙ୍ଗଲ କ୍ୟାମେରା ସିଷ୍ଟମ ଏବଂ ଦମଦାର ବ୍ୟାଟେରୀ ରହିଛି। ଫୋନର ସାଇଜ ଏତେ ବଢ଼ିଆ ଯେ ଏହାକୁ ସହଜରେ ଜିନ୍ସର ପଛ ପକେଟରେ ଆସିଯାଇପାରିବ।

ଉଠାଇପାରିବେ ଏଚଡିଆର ଫଟୋ

ଏହି ଫୋନର କ୍ୟାମେରା ଏତେ ବଢ଼ିଆ ରହିଛି ଯେ ପୋଟ୍ରେଟ ମୋଡରେ ବଢ଼ିଆ ଫଟୋ ଉଠାଇପାରିବେ। ଏହାଛଡା ଏହି ଫୋନରେ ବଢ଼ିଆ ଭିଡିଓ ଷ୍ଟେରିଓ ଅଡିଓ ରହିଛି। ପୋଟ୍ରେଟ ମୋଡରେ ଫଟୋ ଉଠାଉଥିବା ବ୍ୟାକଗ୍ରାଉଣ୍ଡ ବ୍ଲର କରିଥାଏ। ଫୋନରେ ୪କେ ଭିଡିଓ ରେକର୍ଡିଂର ସୁବିଧା ମିଳିଥାଏ।

ସବୁଠୁ ଖାସ୍‌ କଥା ହେଉଛି ଏହା ଉପରେ ଚା, କଫି କିମ୍ବା କୌଣସି ଡ୍ରିଙ୍କ ପଡିଲେ ବି ଏହା ଉପରେ କିଛି ପ୍ରଭାବ ପଡିବନାହିଁ। ସେହିପରି ଏକ ମିଟର ପଯ୍ୟର୍ନ୍ତ ପାଣିରେ ବୁଡି ରହିବା ପରେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପଡିବନାହିଁ। ଏହି ଆଇଫୋନ ଏସଇରେ ୧୩ ଘଣ୍ଟା ପଯ୍ୟର୍ନ୍ତ ଲଗାତର ଭିଡିଓ ବନାଇପାରିବେ। ଏହାସହିତ ଏଥିରେ ଓ୍ଵୟାରଲେସ ଚାର୍ଜର ମଧ୍ୟ ଦିଆଯାଇଛି। ସେହିପରି ଫୋନରେ ଇ-ସିମ୍‌ ଦିଆଯାଇଛି। ଯେଉଁଥିରେ ଦୁଇ ସିମ ଏକାସାଥିରେ ପଡିପାରିବ। ଏହାସହିତ ଆପଣ ନିଜ ଆଣ୍ଡ୍ରଏଡ୍‌ କଣ୍ଟାକ୍ଟକୁ ମଧ୍ୟ ଟ୍ରାନ୍ସଫର କରିପାରିବେ।

Pritiparna

Recent Posts

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

50 mins ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

1 hour ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

3 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

3 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

3 hours ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

4 hours ago