Below header

iPhone ଧରିବା ଇଚ୍ଛା ହେବ ପୂରଣ ! Apple ଲଞ୍ଚ କଲା ନୂଆ ଦମଦାର ଶସ୍ତା ଫୋନ୍‌ , ଫିଚର୍ସ ମଧ୍ୟ ଲାଜବାବ

ଯେଉଁମାନେ ଆଇଫୋନ ବ୍ୟବହାର କରିବାକୁ ଚାହୁଁଛନ୍ତି କିନ୍ତୁ ମହଙ୍ଗାକୁ ଲକ୍ଷ୍ୟ କରି କିଣି ପାରୁନାହାନ୍ତି, ସେମାନଙ୍କ ପାଇଁ ଆପଲ ନୂଆ ଆଇଫୋନ ଲଞ୍ଚ କରିଛି। କମ୍ପାନୀ ଏହି ଫୋନର ଦାମ ମଧ୍ୟ ବହୁତ କମ୍‌ ରଖିଛି। ଆଇଫୋନ ଏସଇ ନାମରେ ଲଞ୍ଚ ହୋଇଥିବା ଏହି ଫୋନ ଦେଖିବାକୁ ଆଇଫୋନ ୮ ଭଳି। କିନ୍ତୁ ଏଥିରେ ଆଇଫୋନ ୧୧ର ପାଓ୍ଵାର ଦିଆଯାଇଛି।

କମ୍ପାନୀ ଏହି ନୂଆ ଫୋନକୁ କଲେଜ ଯାଉଥିବା ଟିନ୍‌ ଏଜର୍ସଙ୍କୁ ଧ୍ୟାନରେ ରଖି ଲଞ୍ଚ କରିଛି। ଏହି ୪.୭ ଇଞ୍ଚ ବିଶିଷ୍ଟ ଏହି ଫୋନରେ ରେଟିନା ଏଚଡି ଦିଆଯାଇଛି। ଏହି ଫୋନକୁ ଅଫିସ ଯାଉଥିବା କର୍ପୋରେଟସ ଏବଂ କମ୍ପାନୀ ମାଲିକ ମଧ୍ୟ କିଣିପାରିବେ।

କେତେ ରହିଛି ଦାମ

iPhoneକମ୍ପାନୀ ଏହି ଫୋନର ଦାମ ୪୨, ୫୦୦ ଟଙ୍କା ରଖାଯାଇଛି। କିନ୍ତୁ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଜାରୀ କ୍ୟାସବ୍ୟାକ ସ୍କିମ କାରଣରୁ ଏହାର ଦାମ ପ୍ରାୟ ୩୮, ୯୦୦ ଟଙ୍କା ପଡିବ। ଏହି ଫୋନ କଳା, ଧଳା ଏବଂ ଲାଲ ରଙ୍ଗରେ ଉପଲବ୍ଧ ହେବ। ଫୋନରେ ଏ୧୩ ବାୟୋନିକ ଚିପ ରହିଛି ଯାହା ସବୁଠାରୁ ଅଧିକ ସ୍ପିଡ୍‌ ଚାଲୁଥିବା ଚିପ୍‌ ଅଟେ। ଏହାଛଡା ଏଥିରେ ସିଙ୍ଗଲ କ୍ୟାମେରା ସିଷ୍ଟମ ଏବଂ ଦମଦାର ବ୍ୟାଟେରୀ ରହିଛି। ଫୋନର ସାଇଜ ଏତେ ବଢ଼ିଆ ଯେ ଏହାକୁ ସହଜରେ ଜିନ୍ସର ପଛ ପକେଟରେ ଆସିଯାଇପାରିବ।

ଉଠାଇପାରିବେ ଏଚଡିଆର ଫଟୋ

ଏହି ଫୋନର କ୍ୟାମେରା ଏତେ ବଢ଼ିଆ ରହିଛି ଯେ ପୋଟ୍ରେଟ ମୋଡରେ ବଢ଼ିଆ ଫଟୋ ଉଠାଇପାରିବେ। ଏହାଛଡା ଏହି ଫୋନରେ ବଢ଼ିଆ ଭିଡିଓ ଷ୍ଟେରିଓ ଅଡିଓ ରହିଛି। ପୋଟ୍ରେଟ ମୋଡରେ ଫଟୋ ଉଠାଉଥିବା ବ୍ୟାକଗ୍ରାଉଣ୍ଡ ବ୍ଲର କରିଥାଏ। ଫୋନରେ ୪କେ ଭିଡିଓ ରେକର୍ଡିଂର ସୁବିଧା ମିଳିଥାଏ।

ସବୁଠୁ ଖାସ୍‌ କଥା ହେଉଛି ଏହା ଉପରେ ଚା, କଫି କିମ୍ବା କୌଣସି ଡ୍ରିଙ୍କ ପଡିଲେ ବି ଏହା ଉପରେ କିଛି ପ୍ରଭାବ ପଡିବନାହିଁ। ସେହିପରି ଏକ ମିଟର ପଯ୍ୟର୍ନ୍ତ ପାଣିରେ ବୁଡି ରହିବା ପରେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପଡିବନାହିଁ। ଏହି ଆଇଫୋନ ଏସଇରେ ୧୩ ଘଣ୍ଟା ପଯ୍ୟର୍ନ୍ତ ଲଗାତର ଭିଡିଓ ବନାଇପାରିବେ। ଏହାସହିତ ଏଥିରେ ଓ୍ଵୟାରଲେସ ଚାର୍ଜର ମଧ୍ୟ ଦିଆଯାଇଛି। ସେହିପରି ଫୋନରେ ଇ-ସିମ୍‌ ଦିଆଯାଇଛି। ଯେଉଁଥିରେ ଦୁଇ ସିମ ଏକାସାଥିରେ ପଡିପାରିବ। ଏହାସହିତ ଆପଣ ନିଜ ଆଣ୍ଡ୍ରଏଡ୍‌ କଣ୍ଟାକ୍ଟକୁ ମଧ୍ୟ ଟ୍ରାନ୍ସଫର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.