ଗୋରା ତ୍ୱଚା ପାଇଁ ଦରକାର ନାହିଁ ମହଙ୍ଗା ବିୟୁଟି ପ୍ରଡକ୍ଟ, ଆପଣାନ୍ତୁ ବାସ୍‌ ଏହି ଉପାୟ

ସୁନ୍ଦର ହେବା ସବୁ ମହିଳାଙ୍କ ଇଚ୍ଛା ରହିଥାଏ। ତେଣୁ ବଜାରରେ ମିଳୁଥିବା ବିଭିନ୍ନ ମହଙ୍ଗା ବିୟୁଟି ପ୍ରଡକ୍ଟର ବ୍ୟବହାର କରୁଛନ୍ତି। କିନ୍ତୁ ଏଥିରେ ମଧ୍ୟ ଆପଣଙ୍କୁ ସଠିକ୍‌ ଉପଚାର ମିଳୁନାହିଁ। ଏମିତିରେ ଘରେ ଥିବା ଗହମ ଅଟାକୁ ବ୍ୟବହାର କରି ଆପଣ ତ୍ୱଚାକୁ ଗୋରା କରିପାରିବେ। ଆସନ୍ତୁ ଜାଣିବା, ସୁନ୍ଦର ତ୍ୱଚା ପାଇଁ କିଭଳି କରିବେ ଅଟାର ବ୍ୟବହାର।

-ମୁହଁର ଥକ୍କାପଣ ଦୂର କରିବା ପାଇଁ ଗହମ ଅଟାରେ ଦୁଇ ଚାମଚ କ୍ଷୀର ଏବଂ ଗୋଲାପ ଜଳ ମିଶାନ୍ତୁ। ଏହି ତିନୋଟି ଜିନିଷକୁ ମିଶାଇ ଗାଢ ପେଷ୍ଟ କରି ମୁହଁ ଏବଂ ବେକରେ ଲଗାନ୍ତୁ। ଏହାକୁ ଲଗାଇବା ଦ୍ୱାରା ସ୍କିନ ସଫା ହେବା ସହିତ ଟ୍ୟାନ ମଧ୍ୟ ଦୂର ହୋଇଥାଏ।

facepack

– ୪ ଚାମଚ ଗହମ ଅଟାରେ ଦୁଇ ଚାମଚ ଗୋଲାପ ଜଳ, ଗୋଟିଏ ଅଣ୍ଡାର ଧଳା ଅଂଶ, ଦୁଇ ଚାମଚ ମହୁ ଏବଂ ଅଳ୍ପ ଗ୍ଲିସେରିନ ମିଶାଇ ଏକ ପେଷ୍ଟ ଦିଆରି କରନ୍ତୁ। ଏହି ପେଷ୍ଟକୁ ମୁହଁରେ ୧୫ରୁ ୨୦ ମିନିଟ ଲଗାଇବା ପରେ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏପରି କଲେ ଆପଣଙ୍କ ତ୍ୱଚା ସୁସ୍ଥ ରହିବ।

wheat

– ଯଦି ଆପଣଙ୍କ ତ୍ୱଚା ତେଲିଆ ହୋଇଥାଏ ତେବେ ଚାରି ଚାମଚ ଅଟା, ୨ ଚାମଚ ଗୋଲାପ ଜଳ, ୨ ଚାମଚ କ୍ଷୀର ଏବଂ ଦୁଇ ଚାମଚ ମହୁ ମିଶାଇ ଏହାକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଏବେ ଏହି ପେଷ୍ଟକୁ ମୁହଁରେ ଶୁଖିବା ପର୍ଯ୍ୟନ୍ତ ଲଗାନ୍ତୁ। ତା ପରେ ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ମୁହଁକୁ ଭଲଭାବେ ସଫା କରିବା ପରେ ମଶ୍ଚରାଇଜର ଲଗାନ୍ତୁ।

pack

– ସନଟ୍ୟାନ ହଟାଇବା ପାଇଁ ଆପଣ ଏକ ଚାମଚ ଗହମ ଅଟାରେ ଏକ କପ୍‌ ପାଣି ମିଶାଇ ପତଳା ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇବା ପରେ ସର୍କୁଲାର ମୋସନରେ ମାଲିସ କରନ୍ତୁ। ଏହା ପରେ ୨୦ ମିନିଟ ଶୁଖିବାକୁ ଛାଡିଦିଅନ୍ତୁ। ହାଲକା ଭାବେ ଶୁଖିଗଲା ପରେ ସ୍କ୍ରବ କରି ଧୋଇଦିଅନ୍ତୁ। ଏହା ଟ୍ୟାନ ହଟାଇବା ସହ ତ୍ୱଚାରେ ଉଜ୍ୱଳତା ଆଣିଥାଏ। ଏହାକୁ ସପ୍ତାହକୁ ଯେମିତି ହେଲେ ଥରେ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.