Below header

ବୌଦ୍ଧ: ଗାଧୋଉଥିବା ବେଳେ ମହାନଦୀରେ ବୁଡି ପ୍ରାଣ ହରାଇଲେ ୨ ଭାଇ

ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲାରେ ଏକ ଦୁଖଦ ଘଟଣା ଘଟି ଯାଇଛି । ମହାନଦୀରେ ଗାଧୋଇଥିବା ବେଳେ ନଦୀରେ ବୁଡି ଦୁଇ ଭାଇ ପ୍ରାଣ ହରାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ , ବଡ ଭାଇ ବୁଡ଼ିଯାଉଥିବା ବେଳେ ତାକୁ ବାଞ୍ଚାଇବାକୁ ଯାଇ ସାନ ଭାଇର ବି ଜୀବନ ଗଲା । ମୃତକ ଦୁଇ ଜଣ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁର ବୋଲି ଜଣାଯାଇଛି । ସ୍ଥାନୀୟ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏହି ଗାଁର ଦୁଇ ଭାଇ ଆଶିଷ ପ୍ରଧାନ ଓ ତୋଫାନ ପ୍ରଧାନ ଗାଧୋଇବାକୁ ମହାନଦୀକୁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍‌ ବଡ଼ ଭାଇ ଆଶିଷ ମହାନଦୀରେ ବୁଡି ଯାଇଥିଲେ ।

ଜୀବନ ରକ୍ଷା ପାଇଁ ଚିତ୍କାର କରୁଥିବା ବେଳେ ସାଇ ଭାଇ କୌଣସି ଉପାୟ ନପାଇ ନଦୀକୁ ଡେଇଁପଡ଼ିଥିଲେ । କିନ୍ତୁ ବଡ ଭାଇକୁ ବଂଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସଫଳ ହୋଇପାରିନଥିଲା ସାନ ଭାଇ । ଶେଷରେ ନଦୀର ଗଭୀର ସ୍ରୋତରେ ଭାସି ଦୁଇ ଭାଇଙ୍କ ଜୀବନ ଯାଇଛି । ଖବର ପାଇ ହରଭଙ୍ଗା ଦମକଳ ବାହିନର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସେପଟେ ହରଭଙ୍ଗା ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.