ଟେକ୍

୨୦୨୦ର ସବୁଠାରୁ ଧମାକାଦାର୍‌ ଡିସକାଉଣ୍ଟ, ମାତ୍ର ୬,୯୯୯ ଟଙ୍କାରେ କିଣନ୍ତୁ ଏହି ଜବରଦସ୍ତ ସ୍ମାର୍ଟଫୋନ

ଚଳିତ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଇ-କମର୍ସ କମ୍ପାନୀଗୁଡିକ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଭଲ ଭଲ ସେଲ୍‌ ଅଫର୍‌ କରୁଛନ୍ତି। ଏସବୁ ମଧ୍ୟରେ ଫ୍ଲିପକାର୍ଟରେ ମଧ୍ୟ ବିଗ୍‌ ସେଭିଂ ଡେ’ ର ଆୟୋଜନ ହୋଇଛି, ଯାହା ୧୮ ଡିସେମ୍ବରରୁ ଆରମ୍ଭ ହୋଇଛି। ଏହି ସେଲ୍‌ ରେ ପୋକୋ, ରିୟଲମି, ସାମସଙ୍ଗ ଭଳି ଅନେକ ଲୋକପ୍ରିୟ ବ୍ରାଣ୍ଡର ଫୋନ ଉପରେ ଖାସ୍‌ ଅଫର୍‌ ଜାରି କରାଯାଇଛି। ଏହି ଜରିଆରେ ପୋକୋ ପକ୍ଷରୁ ଟ୍ଵିଟ୍‌ ଜରିଆରେ ଏକ ଉତ୍ତମ ଡିଲ୍‌ ବିଷୟରେ ସୂଚନା ପ୍ରକାଶ ପାଇଛି। ପୋକୋ ଇଣ୍ଡିଆ କହିବାନୁଯାୟୀ, ଫ୍ଲିପକାର୍ଟର ବିଗ୍‌ ସେଭିଂ ଡେ’ ରେ Poco C3 ଫୋନକୁ ଖୁବ୍‌ ଭଲ ଦାମ୍‌ ରେ କିଣି ପାରିବେ।

ସୂଚନା ମୁତାବକ ଏହି ସେଲ୍‌ ଜରିଆରେ ଆପଣ Poco C3 ର 3GB+32GB େଓ୍ଵରିଏଣ୍ଟକୁ ୯,୯୯୯ ଟଙ୍କା ପରିବର୍ତ୍ତେ କେବଳ ୬,୯୯୯ ଟଙ୍କା ଏବଂ 4GB+64GB େଓ୍ଵରିଏଣ୍ଟକୁ ୧୦,୯୯୯ ଟଙ୍କା ପରିବର୍ତ୍ତେ କେବଳ ୭,୯୯୯ ଟଙ୍କାରେ କିଣିପାରିବେ। ଏହି ଫୋନରେ ୬.୫୩ ଇଞ୍ଚର ଏଚଡି ଡିସପ୍ଲେ ରହିଛି। ସେହିଭଳି ଫୋନରେ 4GB ପର୍ଯ୍ୟନ୍ତ ରମ୍‌ ସହ ୬୪ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। ଏହି ଫୋନରେ ମିଡିୟାଟେକ୍‌ ହେଲିଓ G35 ପ୍ରୋସେସର୍‌ ରହିଛି। ଏଥିସହ ଫୋନର ମେମରୀକୁ ମାଇକ୍ରୋ ଏଚଡି କାର୍ଡ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ।

ସେହିଭଳି ଫୋନରେ ଚାର୍ଜିଂ ପାଇଁ ପୋକୋ C3 ରେ 5000mAh ର ବ୍ୟାଟେରୀ ରହିଛି। ଏହି ଫୋନରେ ୩ଟି ରିୟର କ୍ୟାମେରା ରହିଛି। ଯେଉଁଥିରେ ୧୩ ମେଗାଫିକ୍ସେଲର ପ୍ରାଇମେରୀ କ୍ୟାମେରା ସହ ଏକ ୨ ମେଗାପିକ୍ସେଲର ମାଇକ୍ରୋ କ୍ୟାମେରା ଏବଂ ଏକ ୨ ମେଗାପିକ୍ସେଲର ଡେପ୍ଥ କ୍ୟାମେରା ରହିଛି। ଏଥିସହ ସେଲ୍ଫି ପାଇଁ ଏହି ଫୋନରେ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହି ଫୋନ MIUI 12 ଅପରେଟିଂ ସିଷ୍ଟମରେ କାମ କରିଥାଏ।

KNews Bureau

Recent Posts

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

26 mins ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

39 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

52 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

1 hour ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

1 hour ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

2 hours ago