Below header

୨୦୨୦ର ସବୁଠାରୁ ଧମାକାଦାର୍‌ ଡିସକାଉଣ୍ଟ, ମାତ୍ର ୬,୯୯୯ ଟଙ୍କାରେ କିଣନ୍ତୁ ଏହି ଜବରଦସ୍ତ ସ୍ମାର୍ଟଫୋନ

ଚଳିତ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଇ-କମର୍ସ କମ୍ପାନୀଗୁଡିକ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଭଲ ଭଲ ସେଲ୍‌ ଅଫର୍‌ କରୁଛନ୍ତି। ଏସବୁ ମଧ୍ୟରେ ଫ୍ଲିପକାର୍ଟରେ ମଧ୍ୟ ବିଗ୍‌ ସେଭିଂ ଡେ’ ର ଆୟୋଜନ ହୋଇଛି, ଯାହା ୧୮ ଡିସେମ୍ବରରୁ ଆରମ୍ଭ ହୋଇଛି। ଏହି ସେଲ୍‌ ରେ ପୋକୋ, ରିୟଲମି, ସାମସଙ୍ଗ ଭଳି ଅନେକ ଲୋକପ୍ରିୟ ବ୍ରାଣ୍ଡର ଫୋନ ଉପରେ ଖାସ୍‌ ଅଫର୍‌ ଜାରି କରାଯାଇଛି। ଏହି ଜରିଆରେ ପୋକୋ ପକ୍ଷରୁ ଟ୍ଵିଟ୍‌ ଜରିଆରେ ଏକ ଉତ୍ତମ ଡିଲ୍‌ ବିଷୟରେ ସୂଚନା ପ୍ରକାଶ ପାଇଛି। ପୋକୋ ଇଣ୍ଡିଆ କହିବାନୁଯାୟୀ, ଫ୍ଲିପକାର୍ଟର ବିଗ୍‌ ସେଭିଂ ଡେ’ ରେ Poco C3 ଫୋନକୁ ଖୁବ୍‌ ଭଲ ଦାମ୍‌ ରେ କିଣି ପାରିବେ।

phoneସୂଚନା ମୁତାବକ ଏହି ସେଲ୍‌ ଜରିଆରେ ଆପଣ Poco C3 ର 3GB+32GB େଓ୍ଵରିଏଣ୍ଟକୁ ୯,୯୯୯ ଟଙ୍କା ପରିବର୍ତ୍ତେ କେବଳ ୬,୯୯୯ ଟଙ୍କା ଏବଂ 4GB+64GB େଓ୍ଵରିଏଣ୍ଟକୁ ୧୦,୯୯୯ ଟଙ୍କା ପରିବର୍ତ୍ତେ କେବଳ ୭,୯୯୯ ଟଙ୍କାରେ କିଣିପାରିବେ। ଏହି ଫୋନରେ ୬.୫୩ ଇଞ୍ଚର ଏଚଡି ଡିସପ୍ଲେ ରହିଛି। ସେହିଭଳି ଫୋନରେ 4GB ପର୍ଯ୍ୟନ୍ତ ରମ୍‌ ସହ ୬୪ଜିବି ପର୍ଯ୍ୟନ୍ତ ଇଣ୍ଟରନାଲ ଷ୍ଟୋରେଜ୍‌ ରହିଛି। ଏହି ଫୋନରେ ମିଡିୟାଟେକ୍‌ ହେଲିଓ G35 ପ୍ରୋସେସର୍‌ ରହିଛି। ଏଥିସହ ଫୋନର ମେମରୀକୁ ମାଇକ୍ରୋ ଏଚଡି କାର୍ଡ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢାଯାଇପାରିବ।

pocoସେହିଭଳି ଫୋନରେ ଚାର୍ଜିଂ ପାଇଁ ପୋକୋ C3 ରେ 5000mAh ର ବ୍ୟାଟେରୀ ରହିଛି। ଏହି ଫୋନରେ ୩ଟି ରିୟର କ୍ୟାମେରା ରହିଛି। ଯେଉଁଥିରେ ୧୩ ମେଗାଫିକ୍ସେଲର ପ୍ରାଇମେରୀ କ୍ୟାମେରା ସହ ଏକ ୨ ମେଗାପିକ୍ସେଲର ମାଇକ୍ରୋ କ୍ୟାମେରା ଏବଂ ଏକ ୨ ମେଗାପିକ୍ସେଲର ଡେପ୍ଥ କ୍ୟାମେରା ରହିଛି। ଏଥିସହ ସେଲ୍ଫି ପାଇଁ ଏହି ଫୋନରେ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ଏହି ଫୋନ MIUI 12 ଅପରେଟିଂ ସିଷ୍ଟମରେ କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.