ବିଶ୍ବରେ କରୋନା ପରେ ଏକ ନୂଆ ପ୍ରକାର ଷ୍ଟ୍ରେନ ଚିହ୍ନଟ, ୩୧ ଡିସେମ୍ବର ପର୍ଯ୍ଯନ୍ତ ସମସ୍ତ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ ରୋକିଲା ସାଉଦି ଆରବ

ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବାପରେ ପାଖାପାଖି ୧୩ ଦେଶ ବ୍ରିଟେନରୁ ଯିବାଆସିବା ଉଡାଣ ଉପରେ ରୋକ୍ ଲଗାଇଛି। ବ୍ରିଟେନରେ କରୋନର ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବା ସୂଚନା ମିଳିବା ପରେ ସାଉଦି ଆରବ ରବିବାର ଦିନ ଦେଶର ଅନ୍ତର୍ଜାତୀୟ ବିମାନ ସମେତ ସଡ଼କପଥ ଓ ଜଳପଥର ସମସ୍ତ ମାର୍ଗ ବନ୍ଦ ରଖିଛି। ସମସ୍ତ ରାସ୍ତାରେ ଗୋଟିଏ ସପ୍ତାହ ପାଇଁ ପ୍ରବେଶ ନିଷେଧ କରାଯାଇଛି।

ସାଉଦି ଆରବର ଅଫିସିଆଲ ପ୍ରେସ ସଂସ୍ଥା କହିଛି ଯେ ‘କିଙ୍ଗଡମ ଅସ୍ଥାୟୀ ଭାବେ କିଛି ଅପବାଦକୁ ଛାଡି ସମସ୍ତ ଅନ୍ତର୍ଜାତୀୟ ବିମାନକୁ ସପ୍ତାହେ ଯାଏଁ ବନ୍ଦ ରଖାଯାଇଛି। ଏହାକୁ ଆଗକୁ ଆହୁରି ସପ୍ତାହେ ବଢ଼ାଇ ଦିଆଯାଇପାରେ।’ SPA ଆନ୍ତରିକ ମନ୍ତ୍ରାଳୟ ପକ୍ଷରୁ କହିଛି ଯେ ସଡ଼କପଥ ଓ ସମୁଦ୍ରପଥ ଦେଇ ମଧ୍ୟ ସାଉଦିକୁ ପ୍ରବେଶ କରିହେବନାହିଁ। ବର୍ତ୍ତମାନ କିଙ୍ଗଡମରେ ଉପସ୍ଥିତ ଥିବା ଅନ୍ତର୍ଜାତୀୟ ବିମାନକୁ ବାହାରକୁ ଯିବାକୁ ଅନୁମତି ରହିଛି।

saudi arab

ସୂଚନାଯୋଗ୍ୟ ଯେ, ବ୍ରିଟେନ ସରକାର ଚେତାବନୀ ଦେଇଛନ୍ତି ଯେ, ଦ୍ରୁତ ଗତିରେ ସଂକ୍ରମଣ ବିସ୍ତାର କରୁଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ନିୟନ୍ତ୍ରଣ ବାହାରେ। ଏହାପରେ ଅନେକ ୟୁରୋପୀୟ ଦେଶ ବ୍ରିଟେନରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। SPA କହିଛି ଯେ, ଯେଉଁମାନେ ଡିସେମ୍ବର ୮ ତାରିଖ ପରେ ୟୁରୋପ କିମ୍ବା ଭାଇରସର ନୂଆ ଷ୍ଟ୍ରେନ୍ ମିଳିଥିବା ଦେଶରୁ ସାଉଦି ଆସୁଛନ୍ତି, ସେମାନଙ୍କୁ ନିଜକୁ ଦୁଇ ସପ୍ତାହ ଯାଏଁ ଆଇସୋଲେଟ କରିବାକୁ ହେବ ଏବଂ ଟେଷ୍ଟିଂ କରାଇବାକୁ ହେବ।

ଦକ୍ଷିଣ ଇଂଲଣ୍ଡରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପରେ କାନାଡା ବ୍ରିଟେନରୁ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି। ସୂତ୍ର ଅନୁଯାୟୀ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ, ଆୟର୍ଲାଣ୍ଡ ଏବଂ ବୁଲଗେରିଆ ବ୍ରିଟେନ ଯାତ୍ରା ଉପରେ ପ୍ରତିବନ୍ଧକ ଘୋଷଣା କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.