Below header

ରିଲାଏନ୍ସ ତିଆରି କରିବ ବିଶ୍ବର ସବୁଠାରୁ ବଡ଼ ଚିଡ଼ିଆଖାନା, ଆସନ୍ତା ଦୁଇବର୍ଷରେ ଶେଷ ହେବ ନିର୍ମାଣ କାର୍ଯ୍ଯ

ରିଲାଏନ୍ସ କମ୍ପାନୀ ଏବେ ବିଶ୍ୱର ସର୍ବବୃହତ୍ ଚିଡ଼ିଆଖାନା ତିଆରି କରିବାକୁ ଯୋଜନା କରିଛି । ଗୁଜରାଟର ଜାମନଗରରେ ଏହାକୁ ନିର୍ମାଣ କରିବ ରିଲାଏନ୍ସ। ଜାମନଗର ଠାରେ ଥିବା ତୈଳ ବିଶୋଧନାଗାର ନିକଟରେ ୨୮୦ ଏକର ପରିମିତ ଅଞ୍ଚଳରେ ଏହା ତିଆରି କରାଯିବ । ଏଥିପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଠାରୁ ସମସ୍ତ ପ୍ରକାର ଅନୁମତି ମିଳିସାରିଲାଣି । ଆସନ୍ତା ଦୁଇବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ଯ ଶେଷ ହେବ।

ଏହି ଚିଡ଼ିଆଖାନାର ନାମ ରଖାଯାଇଛି ‘ଗ୍ରୀନସ ଜୁଲୋଜିକାଲ, ରେସକ୍ୟୁ ଏଣ୍ଡ ରିହାବିଲିଟେସନ କିଙ୍ଗଡମ’ । ଏଠାରେ ୧୦୦ରୁ ଅଧିକ ପ୍ରଜାତିର ଜୀବଜନ୍ତୁଙ୍କୁ ରଖାଯିବ । ଉଭୟ ଭାରତ ଏବଂ ବିଶ୍ୱର ଅନ୍ୟ ଭାଗରେ ଦେଖାଯାଉଥିବା ଜୀବଜନ୍ତୁଙ୍କୁ ଏଠାରେ ରଖାଯିବା ପାଇଁ ବ୍ୟବସ୍ଥା କରାଯିବ । ଚିଡିଆଖାନାରେ ୬ଟି ଲେଖାଏଁ ଆଫ୍ରିକୀୟ ସିଂହ ଓ ଜାଗୁଆରଙ୍କ ସହ ୧୨ଟି ଓଟ ପକ୍ଷୀ, ୨୦ଟି ଜିରାଫ, ୩୫୦ ପ୍ରକାରର ମାଛ, ପ୍ରାୟ ୨୦୦ ପ୍ରକାରର ଉଭୟଚର ପ୍ରାଣୀଙ୍କୁ ସ୍ଥାନ ଦିଆଯିବ । କୁହାଯାଉଛି କି, ଚିଡ଼ିଆଖାନା ନିର୍ମାଣ କରିବା ହେଉଛି ରିଲାଏନ୍ସ ଗ୍ରୁପ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କର ଏକ ବଡ଼ ସ୍ୱପ୍ନ । ତେଣୁ କମ୍ପାନି ଏବେ ତାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଉଦ୍ୟମ କରୁଛି ।

zoo

କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ରିଲାଏନ୍ସ ଗ୍ରୁପର ଆଗ୍ରହ ସମ୍ପର୍କରେ ସମସ୍ତେ ଜାଣନ୍ତି । ଏଭଳି ପ୍ରକଳ୍ପ ଯୋଗୁ ଏକ୍ଷେତ୍ରରେ ଘରୋଇ ଉଦ୍ୟମକୁ ପ୍ରୋତ୍ସାହନ ମିଳିବ । କୋଲକାତାରେ ଥିବା ପ୍ରାଣୀ ଉଦ୍ୟାନ ବି ଘରୋଇ ଉଦ୍ୟମରେ ତିଆରି କରାଯାଇଥିଲା । ତେଣୁ ଏଭଳି ପ୍ରକଳ୍ପ ଯୋଗୁ ବନ୍ୟଜନ୍ତୁ ସଂରକ୍ଷଣ ପ୍ରତି ଅନ୍ୟ କମ୍ପାନୀଙ୍କର ବି ଆଗ୍ରହ ବୃଦ୍ଧି ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.