Below header

ଦିନକ ପରେ ଶ୍ରୀମନ୍ଦିରରେ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ, ପ୍ରସ୍ତୁତ ହେଲା SOP

ପୁରୀ(କେନ୍ୟୁଜ୍):  ଦୀର୍ଘ ୯ ମାସ ଅପେକ୍ଷାର ହେବ ଅନ୍ତ । ଦିନକ ପରେ ଶ୍ରୀମନ୍ଦିରରେ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ SOP ପ୍ରସ୍ତୁତ ହୋଇଛି। ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକରେ ଆଲୋଚନା ହୋଇଛି। ପ୍ରଥମ ତିନିଦିନ ଅର୍ଥାତ ୨୩, ୨୪ ଓ ୨୫ ତାରିଖରେ ସେବାୟତଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସବୁ ଦୁଆରରୁ ପ୍ରବେଶ ଅନୁମତି ମିଳିବ । ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ପରିଚୟପତ୍ର ଦେଖାଇ ଦର୍ଶନ କରିବେ । ୨୬ରୁ ୩୧ ଯାଏ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହେବ । ପ୍ରତିଦିନ ପାଞ୍ଚୋଟି ୱାର୍ଡର ଲୋକ କରିବେ ମହାପ୍ରଭୁଙ୍କ କରିବେ ଦର୍ଶନ । ଚାରି ଘଣ୍ଟା ରହିବ ଦର୍ଶନ ସମୟ ।

ପରିଚୟ ପତ୍ର ନଥିଲେ ମାର୍କେଟ ଛକରୁ ମିଳିଥିବା ଚିରୁକୁଟି ଦେଖାଇ ପ୍ରବେଶ କରିବେ । ଏଥିପାଇଁ ୮ରୁ ୧୦ଟି କାଉଣ୍ଟର ଖୋଲାଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି। ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ହେବ। ଶ୍ରଦ୍ଧାଳୁମାନେ ସାନିଟାଇଜ ହୋଇ ଶ୍ରୀମନ୍ଦିରକୁ ଯିବେ ଓ ଜୋତା ଏବଂ ମୋବାଇଲ ରଖିବା ପାଇଁ ବ୍ୟବସ୍ଥା ହେବ। ତେବେ ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ ନାହିଁ। ଶ୍ରୀମନ୍ଦିରରେ ଭିଡ଼ ନଥିଲେ ବୟସ୍କମାନେ ଗରୁଡ଼ ସ୍ତମ୍ଭ ପର୍ଯ୍ୟନ୍ତ ଯାଇ ପାରିବେ ବୋଲି ନିଷ୍ପତ୍ତି ହୋଇଛି।

ଏସଓପି ପାଇଁ ହୋଇଥିବା ବୈଠକରେ ପୁରୀ ପୌରସଂସ୍ଥା, ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଅତିରିକ୍ତ ଏସ୍‌ପି ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯିବ। ଜାନୁଆରୀ ୩ରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଏହା ପୂର୍ବରୁ ଶନିବାର ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଥିଲେ ଫାଇଭ ଟି ସଚିବ ଓ ଉନ୍ନୟନ କମିଶନର । ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିଥିଲେ । ଭିତର ଦର୍ଶନ ବ୍ୟବସ୍ଥା ତଦାରଖ କରିଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.