ଟୋଲ୍ ପ୍ଲାଜା ଫ୍ରି ଦେଶ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର, ଏଣିକି ଗାଡ଼ିରେ GPS ଲଗାଇବା ଜରୁରୀ ନଚେତ

କିଛି ଦିନ ତଳେ ଟୋଲ ପ୍ଲାଜା ରେ ମନ ଇଚ୍ଛା ପଇସା ନିଆଯାଉଥିବା ଅଭିଯୋଗ ଆସିଥିଲା। ଏମିତି ଅନେକ ଟୋଲ୍ ପ୍ଲାଜା ଅଛି ଯେଉଁଠି ପଇସା ନଦେଇ ଲୋକ ପଳାନ୍ତି ତ ଆଉ କେଉଁଠି ଲୋକଙ୍କୁ ପଇସା ଦେବାପରେ ଉଚିତ ରସିଦ ମିଳେନାହିଁ । ତେବେ ନିକଟରେ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିଛନ୍ତି ‘ଭାରତ ଟୋଲ୍ ପ୍ଲାଜା ଫ୍ରି’ ଦେଶ ହୋଇଯିବ। ଏଭଳି ଛୋଟ ବଡ଼ ସମସ୍ୟାକୁ ନଜରରେ ରଖି ଟୋଲ୍ ପ୍ଲାଜା ଫ୍ରି ଦେଶ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର।

ଅବଶ୍ୟ ଆପଣଙ୍କୁ ଟୋଲ୍ ଗେଟରେ ପଇସା ଦେବାକୁ ପଡ଼ିବ ଯାହା GPS ମାନେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍ ଆଧାର ପ୍ରଣାଳୀରେ ନିଆଯିବ। କେନ୍ଦ୍ର ସରକାର GPS ଦ୍ଵାରା ଟୋଲ୍ ରେ ଦେୟ ନେବାର ପ୍ରକ୍ରିୟାକୁ ଅନ୍ତିମ ରୂପ ଦେଇ ସାରିଲେଣି। ମେଟ୍ରୋ ସିଟି ବା ବଡ଼ ବଡ଼ ସହରରେ ଟୋଲ୍ ରେ ଅଧିକ ସମୟ ଗାଡ଼ି ଫସି ରହୁଥିବା ଆପଣ ଦେଖୁଥିବେ, ଏମିତିରେ ଅଧିକ ତେଲ ଖର୍ଚ୍ଚ ହୁଏ ଓ ପରିବେଶ ବି ଦୂଷିତ ହୁଏ । । ହେଲେ GPSରେ ଟଙ୍କା ଦେବା ଅର୍ଥ ଅନେକ ସମସ୍ୟାରୁ ମୁକ୍ତି। ଆଉ ରୋଡ ଉପରେ ଅଧିକ ସମୟ ଠିଆ ହେବାକୁ ପଡିବନି। ଗାଡ଼ି ଅଯଥା ରଖିବାକୁ ପଡିବନି। ତା ସହ ସବୁଠୁଁ ବଡ କାରଣ ଟୋଲ୍ ପଇସାରେ ଆଉ ଗଡ଼ ବଡ଼  ହେବନାହିଁ। ଟ୍ରଂସ୍ପରେନ୍ସି ରହିବ ଆପଣ କେତେ ଟୋଲ୍ ଦେଲେ।

tollସରକାର ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ବା NHAIରେ fast tagରେ ଅର୍ଥ ନେବା ବ୍ୟବସ୍ଥା କରିଛନ୍ତି। ଏହା ରେଡ଼ିଓ ଫ୍ରିକ୍ୟୁଏନ୍ସି ଆଇଡିଟିଫିକେଶନ ଟ୍ୟାଗ ଅଟେ ଯାହାଦ୍ଵାରା ଆପେ ଆପେ ଟୋଲ୍ ପ୍ଲାଜା ରେ ଗାଡ଼ି ମାଲିକ ଙ୍କ ଖାତାରୁ ଟୋଲ୍ ର ଟଙ୍କା କଟିଯିବ। ଏଥିପାଇଁ ବି ଗାଡ଼ି ସବୁ ଟୋଲ୍ ପ୍ଲାଜାରେ ଅଟକି ଥାଏ। ସବୁଠୁଁ ବଡ଼ କଥା ହେଲା ଲୋକଙ୍କ ବ୍ୟାଙ୍କ୍ ଖାତାରୁ ଟଙ୍କା କଟିଯାଏ କିନ୍ତୁ ଟୋଲ୍ ରେ ଥିବା କମ୍ପ୍ୟୁଟରରେ ତାହା ଶୋ କରେ ନାହିଁ। ତେଣୁ କ୍ୟାସ୍ ଦେବାକୁ ପଡେ ଗାଡ଼ି ମାଲିକଙ୍କୁ। ଡବଲ ପଇସା ଅନେକ ଥର କଟିଛି।

ନଭେମ୍ବର ସୁଦ୍ଧା ସମସ୍ତେ fast tag ଦ୍ଵାରା ଟୋଲ୍ ରେ ପଇସା ଦେଉ ନାହାଁନ୍ତି। ଭାରତ ରେ ଏବେ ଆସୁଥିବା ସମସ୍ତ କମର୍ସିଆଲ ଗାଡ଼ି ରେ GPS ଟେକ୍ନିକ୍ ରହୁଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଆଗକୁ ପୁରୁଣା ଗାଡ଼ି ରେ ବି GPS ଲଗାଯିବ। Gps ଲାଗିଲେ ସେହି ଗାଡ଼ି ଯେତିକି ରାସ୍ତା ଚାଲିଥିବ, ଟୋଲ୍ ଦେୟ ଅନୁଯାୟୀ ଗାଡ଼ି ସହ କନେକ୍ଟ ଥିବା ଖାତାରୁ କାଟି ଦିଆଯିବ।

ଏହି ପ୍ରକ୍ରିୟାରେ ଗାଡ଼ି ଅଟକିବ ନାହିଁ । ତେବେ ପ୍ରଥମ ପର୍ଯ୍ୟାୟରେ ଜାନୁୟାରୀ 2019 ପରେ କିଣା ଯାଇଥିବା ସମସ୍ତ କମର୍ସିଆଲ ଗାଡ଼ି ରେ ଲାଗୁ କରାଯିବ। କାରଣ ସେଥିରେ GPS ସିଷ୍ଟମ୍ ଲାଗିଛି । ଦ୍ୱିତୀୟ ପର୍ଯ୍ୟାୟରେ ଘରୋଇ ଗାଡ଼ି କୁ ଏହି ସିଷ୍ଟମ୍ ଅନ୍ତର୍ଭୁକ୍ତ କରାଯିବା ପରେ ଟୋଲ୍ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.