Below header

କୁକୁରଙ୍କ ପାଇଁ ଶ୍ମଶାନ, ଏଣିକି ପୂଜାରୀ କରିବେ ଅନ୍ତିମ ସଂସ୍କାର

ଦକ୍ଷିଣ ଦିଲ୍ଲୀ ନଗର ନିଗମ (SDMC) ପକ୍ଷରୁ କୁୁକୁରଙ୍କ ପାଇଁ ସାର୍ବଜନିକ ଶ୍ମଶାନର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଶ୍ମଶାନରେ କୁକୁରଙ୍କ ଅନ୍ତିମ ସଂସ୍କାର କରାଯିବା ପରେ ତାଙ୍କ ଅସ୍ଥିକୁ ମଧ୍ୟ ୧୫ ଦିନ ପର୍ଯ୍ୟନ୍ତ ରଖାଯିବାର ବ୍ୟବସ୍ଥା କରାଯିବ। ଏନେଇ ଗତକାଲି ଅଧିକାରୀମାନେ ସୂଚନା ପ୍ରକାଶ କରିଛନ୍ତି। ବାସ୍ତବରେ ପଶୁ ଚିକିତ୍ସା ବିଭାଗର ଅଧିକାରୀ କହିଛନ୍ତି, ଗୃହପାଳିତ ପଶୁମାନଙ୍କର ମାଲିକମାନେ ସେମାନଙ୍କ ପଶୁର ଅସ୍ଥିକୁ ନଦୀରେ ବିସର୍ଜନ କରିବାକୁ ଚାହୁଁଛନ୍ତି। ଏହି କାରଣରୁ ଲୋକମାନଙ୍କର ଏହି ଭାବନାକୁ ମଧ୍ୟ ଧ୍ୟାନରେ ରଖାଯିବ।

dog-cat୭୦୦ ବର୍ଗ ମିଟର କ୍ଷେତ୍ରରେ ନିର୍ମାଣ ହେବ ଶ୍ମଶାନ

ଏହି ଶ୍ମଶାନ ଦ୍ୱାରିକାରେ ନିର୍ମାଣ ହେଉଥିବା ବେଳେ ଏହାର ପରିସୀମା ରହିବ ୭୦୦ ବର୍ଗ ମିଟର । ଏନେଇ କୁକୁର ପାଳୁଥିବା ବ୍ୟକ୍ତିମାନେ ଏହି ପରିଯୋଜନାକୁ ସ୍ୱାଗତ କରିଛନ୍ତି। ନିଗମର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ‘ଉକ୍ତ ଘଟଣା ସମ୍ପର୍କରେ ଗତକାଲି ଏସଡିଏମସି ଅନୁମତି ପ୍ରଦାନ କରିଛନ୍ତି। ଏହାବ୍ୟତୀତ ଅଧିକାରୀ କହିଛନ୍ତି, ମନୁଷ୍ୟ ଏବଂ ପଶୁଙ୍କ ସମ୍ବନ୍ଧ ବହୁତ ଖାସ୍ । ସେହିଭଳି କୁକୁର ଏବଂ ବିଲେଇ ପାଳୁଥିବା ଲୋକଙ୍କ ପାଇଁ ସେମାନଙ୍କ ପୋଷା କୁକୁର ହୁଅନ୍ତୁ କିମ୍ବା ବିଲେଇ, ସେମାନେ ପରିବାରର ଜଣେ ଜଣେ ସଦସ୍ୟ ହୋଇଥାନ୍ତି। ଏନେଇ ଅଧିକାରୀ କହିଛନ୍ତି, ଯେତେବେଳେ କୌଣସି ଗୃହପାଳିତ ପଶୁର ମୃତ୍ୟୁ ହୋଇଯାଇଥାଏ ସେତେବେଳେ ପରିବାରର କୌଣସି ସଦସ୍ୟଙ୍କୁ ହରାଇଥିବା ଭଳି ଦୁଃଖ ଲାଗିଥାଏ। ଏନେଇ ପଶୁମାନଙ୍କର ମଧ୍ୟ ଅନ୍ତିମ ସଂସ୍କାର ଗାରିମାପୂର୍ଣ୍ଣ ଉପାୟରେ କରାଯିବା ନେଇ ପ୍ରାବଧାନ ତିଆରି କରାଯିବା ନେଇ ଘୋଷଣା କରାଯାଇଛି। ଏଥିପାଇଁ ଶ୍ମଶାନରେ ଜଣେ ପୂଜାରି ମଧ୍ୟ ରହିବେ, ଯିଏ ପୋଷା ପ୍ରାଣୀର ଅନ୍ତିମ ସଂସ୍କାର ପାରମ୍ପରିକ ଉପାୟରେ କରିବେ।

pet dogଜାଣନ୍ତୁ ଅନ୍ତିମ ସଂସ୍କାର ପାଇଁ କେତେ ଟଙ୍କା ଜମା କରିବାକୁ ପଡ଼ିବ

ଅକ୍ଟୋବରରେ, ମ୍ୟୁନିସିପାଲିଟି କର୍ପୋରେସନର ସ୍ଥାୟୀ କମିଟି ସହରର ପ୍ରଥମ ୟୁନିଟରେ ଗୃହପାଳିତ ପଶୁ ଏବଂ ବିଲେଇ କୁକୁରମାନଙ୍କର ଅନ୍ତିମ ସଂସ୍କାର କରାଯିବାକୁ ସ୍ଥିର କରିଥିଲେ। ଏନେଇ ଅଧିକାରୀ କହିଛନ୍ତି, ୩୦ କିଲୋଗ୍ରାମ ପର୍ଯ୍ୟନ୍ତ କୁକୁରଙ୍କ ପାଇଁ ୨ହଜାର ଟଙ୍କା ଏବଂ ୩୦ କିଲୋଗ୍ରାମରୁ ଅଧିକ ଓଜନର କୁକୁରଙ୍କ ପାଇଁ ୩ ହଜାର ଟଙ୍କା ଦେବାକୁ ପଡ଼ିବ। କିନ୍ତୁ ବୁଲା କୁକୁରଙ୍କ ଅନ୍ତିମ ସଂସ୍କାର ମାଗଣାରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.