ରିଲିଜ୍‌ ହେଲା ‘ତୁଝେ ମିର୍‌ଚି ଲଗି ତୋ ମେଁ କ୍ୟା କରୁଁ’ ଗୀତ, ଦମ୍‌ଦାର ଡ୍ୟାନ୍ସ କରୁଥିବା ନଜର ଆସିଲେ ବରୁଣ ଓ ସାରା; ଦେଖନ୍ତୁ ଭିଡିଓ

ରିଲିଜ୍‌ ହେଲା ବରୁଣ ଧଓ୍ଵନ୍‌ଙ୍କ ଫିଲ୍ମ ‘କୁଲି ନମ୍ବର ୧’ର ସବୁଠୁ ମସାଲାଦାର ଗୀତ ‘ତୁଝେ ମିର୍‌ଚି ଲଗି’। ଏହି ଗୀତରେ ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଦମ୍‌ଦାର ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। କାରଣ ପ୍ରଥମ ପାର୍ଟରେ ଗୋବିନ୍ଦା ଓ କରିସ୍ମା କପୁର ଯେଭଳି ଡ୍ୟାନ୍ସ କରିଥିଲେ, ଏଥିରେ ବରୁଣ ଓ ସାରା ପୂରା ତାଙ୍କ ଭଳି ଅବିକଳ ଡ୍ୟାନ୍ସ କରିବାକୁ ଚେଷ୍ଟା କରିଛନ୍ତି। ଏହି ଗୀତକୁ ଲାଲୋ ଜଜ୍‌-ଡିଜେ ଚତସ ରଚନା କରିଥିବା ବେଳେ ମୂଳ ଗୀତକୁ ଆନନ୍ଦ-ମିଲିନ୍ଦ ଲେଖିଥିଲେ।

ଦେଖନ୍ତୁ ଗୀତ:

Video Courtesy: Tips Official

ଗୀତର ନୂଆ ଭର୍ସନକୁ ନେଇ ଡାଇରେକ୍ଟର ଡେଭିଡ୍‌ ଧଓ୍ଵନ୍‌ କହିଛନ୍ତି, ପୁରୁଣା କୁଲି ନମ୍ବର ୧ର ଗୀତ ବେଶ୍‌ ଲୋକପ୍ରିୟ ହୋଇଥିଲା। ଉକ୍ତ ଗୀତଗୁଡ଼ିକ ମଧ୍ୟ ଫିଲ୍ମକୁ ହିଟ୍‌ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଫିଲ୍ମର ସିକ୍ୟୁଏଲ କଲେ ସେହି ପୁରୁଣା ଗୀତକୁ ପୁଣିଥରେ କରିବି ବୋଲି ମୁଁ ଆଗରୁ ଚିନ୍ତା କରିଥିଲି। ପୂର୍ବ ଫିଲ୍ମରେ ଆନନ୍ଦ-ମିଲିନ୍ଦ ସଙ୍ଗୀତ ଦେଇଥିଲେ ଓ ଗୀତ ଲେଖିଥିଲେ ସମୀର। ସେମାନେ ମୋର ଅନ୍ତରଙ୍ଗ ଥିଲେ। ଏହି ଗୀତ କରିବା ବେଳେ ତାଙ୍କୁ ମନେପକାଇବାକୁ ଚେଷ୍ଟା କରିଛି।

ବରୁଣ ଧଓ୍ଵନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କର ଏହି ଫିଲ୍ମ ଡିସେମ୍ବର ୨୫ରେ ଖ୍ରୀଷ୍ଟମାସ୍‌ ଅବସରରେ ରିଲିଜ୍‌ ହେବ। ଫିଲ୍ମରେ ପରେଶ ରାଓ୍ଵଲ, ଜାଭେଦ ଜାଫରୀ, ଜନି ଲିଭର, ରାଜପାଲ ଯାଦବ ପ୍ରମୁଖ ଷ୍ଟାର ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.