ଫର୍ମୁଲା ୱାନର ମହାନ ଖେଳାଳି ଲୁଇସ ହାମିଲଟନ ଜିତିଲେ ବିବିସିର ‘ସ୍ପୋର୍ଟସ ପର୍ସନାଲିଟି ଅଫ ଦି ଇୟର ପୁରସ୍କାର’

ଫର୍ମୁଲା ୱାନର ମହାନ ଖେଳାଳି ତଥା ୭ ଥର ଚାମ୍ପିୟନ ହୋଇସାରିଥିବା ଲୁଇସ ହାମିଲଟନଙ୍କୁ ରବିବାର ବିବିସିର ‘ବର୍ଷର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର’ ପାଇଁ ଚୟନ କରାଯାଇଛି। ଗତ ମାସରେ ମାଇକେଲ ଶୁମାକରଙ୍କ ୭ ଏଫବନର ରେକର୍ଡ ବରାବର କରିଥିବା ୩୫ ବର୍ଷୀୟ ହାମିଲଟନ ପ୍ରଶଂସକଙ୍କ ଭୋଟ ପାଇ ବ୍ରିଟିଶ ପ୍ରସାରକଙ୍କ ଏହି ପ୍ରତିଷ୍ଠିତ ପୁରସ୍କାର ଜିତିଛନ୍ତି।

Virus Outbreak F1 Hamilton

ସେ ଫୁଟବଲର ଜୋର୍ଡାନ ହ୍ୟାଣ୍ଡରସନ ଏବଂ ମହିଳା ଜକି ହୋଲି ଡୋୟଲେଙ୍କୁ ପଛରେ ପକାଇ ଦେଇଥିଲେ। ଚଳିତ ବର୍ଷ “Black Lives Matter” ଅଭିଯାନକୁ ଖୋଲା ସମର୍ଥନ କରୁଥିବା ହାମିଲଟନ ଏହା ପୂର୍ବରୁ ୨୦୧୪ରେ ମଧ୍ୟ ବିବିସି ପୁରସ୍କାର ହାସଲ କରିଥିଲେ।

lewis3

ଏହି ପୁରସ୍କାର ପାଇଁ ଯେଉଁ ୬ଜଣ ଖେଳାଳିଙ୍କୁ ନାମିତ କରାଯାଇଥିଲା, ସେମାନଙ୍କ ମଧ୍ୟରେ ବକ୍ସର ଟାୟସନ ଫରୀ, ସ୍ନୁକର ଖେଳାଳି ରୋନି ଓ ସୁଲିବାନ ଏବଂ କ୍ରିକେଟର ଷ୍ଟୁଆର୍ଟ ବ୍ରଡ୍ ମଧ୍ୟ ସାମିଲ ଥିଲେ।

Leave A Reply

Your email address will not be published.