ଟେକ୍

ଭାରତୀୟ ବଜାରରେ ଲଞ୍ଚ ହେଲା Samsung Galaxy S20 FE , ଗ୍ରାହକଙ୍କୁ ମିଳିବ ଏହିସବୁ ଦମଦାର ଫିଚର୍ସ

ଭାରତୀୟ ବଜାରରେ ଲଞ୍ଚ ହେଲା Samsung Galaxy S20 FE । ବିଶ୍ୱ ବଜାରରେ ଏହି ଫୋନର 5G ଭେରିୟାଣ୍ଟ ଉପଲବ୍ଧ ହେଉଥିବା ବେଳେ ଭାରତ ବଜାରରେ କିନ୍ତୁ ଏହାର 4G ସପୋର୍ଟ ସହ ଉପଲବ୍ଧ ହେବ । ୮ ଜିବି ରାମ ଓ ୧୨୮ ଷ୍ଟୋରେଜ ସହ ଏହି ଫୋନ ଉପଲବ୍ଧ ହେବ ।Samsungର ଏହି ଫୋନ ଆଣ୍ଡ୍ରଏଡ଼ 10ରେ ଆଧାରିତ ହୋଇଯାଇଥିବା ବେଳେ One UI 2.0 ମିଳିପାରିବ । ଫୋନରେ ସୁପର ଏମୋଲେଡ଼ ୬.୫
ଇଂଚର ଫୁଲ ଏଚଡ଼ି ସ୍କ୍ରିନ ପ୍ଲସ ଡିଷ୍ପ୍ଲେ ସପୋର୍ଟ ରହିଛି । ଏହି ଡିଷ୍ପ୍ଲେ ରିଜୋଲୁସନ 1080 x 2400 ପିକସଲ ପର୍ଯ୍ୟନ୍ତ ରହିବ । ସୁରକ୍ଷା ଦୃଷ୍ଟିରୁ ଗରିଲା ଗ୍ଲାସ ୩ର ପ୍ରୋଟେକ୍ସନ ମଧ୍ୟ ରହିଛି । କହିରଖିବା ଉଚିତ ହେବକି, ଗ୍ଲୋବାଲ ଭେରିୟାଣ୍ଟର ୮୬୫ସ୍ନାପଡ୍ରାଗନ ପ୍ରୋସେସର ସହ ଲଞ୍ଚ ହୋଇଛି ଏହି ଫୋନ ।

କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ଗ୍ରାହକଙ୍କୁ ରିୟର କ୍ୟାମେରା ସେଟଅପ ସୁବିଧା ମିଳିପାରିବ । ଏହାର ମେନ କ୍ୟାମେରା 12 ମେଗା ପିକସଲର ଥିବା ବେଳେ ଅପଚର f /1.8 ର ରହିଛି । ଦ୍ଵିତୀୟ ଲେନ୍ସ ୧୨ ମେଗାପିକ୍ସଲ ବିଶିଷ୍ଟ ହୋଇଥିବା ବେଳେ ତୃତୀୟ ଲେନ୍ସଟି ହେଉଛି ୮ ମେଗାପିକ୍ସଲ ବିଶିଷ୍ଟ | ସେଲ୍ଫି ପାଇଁ ଏଥିରେ ୩୨ ମେଗା ପିକସଲ ଫ୍ରଣ୍ଟ କ୍ୟାମେରା ସୁବିଧା ଉପଲବ୍ଧ ଅଛି । ଏସବୁ ବାଦ କମ୍ପାନୀର ଏହି ଫୋନରେ ଗ୍ରାହକଙ୍କୁ 4G LTE, ୱାଇ ଫାଇ, ବ୍ଲୁ ଟୁଥ, ଜିପିଏସ /ଏ – ଜିପିଏସ, ଏନଏଫସି ଓ ୟୁଏସବି ଟାଇପ ଚରଜିଙ୍ଗ ପୋର୍ଟ ପାଇପାରିବେ । ସୁରକ୍ଷା ଦୃଷ୍ଟିରୁ ଡିଷ୍ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଅପସନ ବି ଦିଆଯାଇଛି । ଏହା ସହ AKG ସ୍ପିକର ବି ରହିଛି । କମ୍ପାନୀ ତରଫରୁ ଏହାର ମୂଲ୍ୟ ୪୯ ହଜାର ୯୯୯ ଟଙ୍କା ରଖାଯାଇଛି ।

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

38 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

52 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago