Categories: ଟେକ୍

ଉତ୍ତମ ମାଇଲେଜ ପାଇଁ AC ର କରନ୍ତୁ ଏମିତି ବ୍ୟବହାର

ଗରମ ଆରମ୍ଭ ହୋଇଗଲାଣି ଏମିତିରେ ବିନା ଏସିରେ ଯିବା ବହୁତ ସମସ୍ୟା ହୋଇଯାଇଥାଏ। କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବାରମ୍ବାର ଏସିକୁ ଅନ୍ ଏବଂ ଅଫ୍ କରିଥାନ୍ତି ସେମାନଙ୍କୁ ଲାଗିଥାଏ ଅଧିକ ଏସି ଚଲାଇବା ଦ୍ବାରା ଗାଡିର ମାଇଲେଜ ଉପରେ ତାହାର ପ୍ରଭାବ ପଡିଥାଏ। କିନ୍ତୁ କଣ ସତରେ ଏମିତି ହୋଇଥାଏ ନା ଏମିତି ଆମେ ଭାବୁଛନ୍ତି। ତେବେ ଆସନ୍ତୁ ଜାଣିବା।

ଯେତେବେଳେ ବି ଆମେ କାରର ଏସିକୁ ଅନ୍ କରିଥାନ୍ତି ତେବେ ଏହା ଅଲ୍ଟରନେଟର ଠାରୁ ମିଳୁଥିବା ଶକ୍ତିର ବ୍ୟବହାର କରିଥାଏ। ଏହି ଏନର୍ଜୀ ତାକୁ ଇଞ୍ଜିନ ଠାରୁ ହିଁ ମିଳିଥାଏ। ଇଞ୍ଜିନ ଫୁଏଲ ଟ୍ୟାଙ୍କ ଠାରୁ ଫୁଏଲର ବ୍ୟବହାର କରିଥାଏ। ବିଶେଷ କଥା ଏହା ହେଉଛି ଯେତେ ପର୍ଯ୍ୟନ୍ତ କାର ଷ୍ଟାର୍ଟ ହୋଇନଥାଏ ସେତେ ପର୍ଯ୍ୟନ୍ତ ଏସି ମଧ୍ୟ ଅନ୍ ହୋଇନଥାଏ। କାରଣ ଏସି କମ୍ପ୍ରେସରରେ ଲାଗିଥିବା ବେଲ୍ଟ ସେତେବେଳେ ବୁଲିବ ଯେତେବେଳେ ଇଞ୍ଜି ଚାଲିବ।

ଏହା ସେହି ବେଲ୍ଟ ମଧ୍ୟ ହୋଇଥାଏ ଯାହା କାର ର ଅଲ୍ଟରନେଟରକୁ ଚଲାଇବାରେ ଏବଂ ବ୍ୟାଟେରୀକୁ ଚାର୍ଜ କରିବାରେ କାମ କରିଥାଏ। ଏସି କମ୍ପ୍ରେସର କୁଲେଣ୍ଟକୁ କମ୍ପ୍ରେସ କରି ତାହାକୁ ଥଣ୍ଡା କରିଥାଏ। ଏବଂ ଏହିଭଳି ଭାବେ କାର ର ଏସି କାମ କରିଥାଏ।

ଅଟୋ ଏକ୍ସପର୍ଟଙ୍କ କହିବାନୁଯାୟୀ ଗାଡି ଚଲାଇବା ସମୟରେ ଏସି ଅନ୍ କରିବା ଦ୍ବାରା କାରର ମାଇଲେଜ ଉପରେ ବହୁତ ଅଧିକ ପ୍ରଭାବ ପଡିନଥାଏ। ତାଙ୍କ ହିସାବରେ ମାଇଲେଜରେ କେବଳ ୫ ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବ ପଡିଥାଏ। ଏଥିପାଇଁ ଅଧିକ ଭାବିବା ଆବଶ୍ୟକ ନାହିଁ କାରର ଏସିକୁ ଆବଶ୍ୟକ ପଡିଲେ ଆରାମରେ ବ୍ୟବହାର କରନ୍ତୁ।

ଯଦି ହାଇୱେ ଉପରେ ଗାଡି ଚଲାଉଛନ୍ତି କାର ର ୱିଣ୍ଡୋକୁ ବନ୍ଦ ରଖନ୍ତୁ। କାରଣ କାର ର ଗତି ଦ୍ରୁତ ଥାଏ ଏମିତିରେ ପବନର ଚାପ ଦ୍ବାରା ଖୋଲା ୱିଣ୍ଡୋ କାରର ଗତିକୁ କମ୍ କରିଦେଇଥାଏ ଯେଉଁଥିରେ ଇଞ୍ଜିନର କ୍ଷମତା କମ ଥାଏ। ୱିଣ୍ଡୋ ବନ୍ଦ କରି ହିଁ ଏସି ଅନ୍ କରନ୍ତୁ। ପ୍ରାୟ ସମୟରେ ଦେଖାଯାଏ ଯେ ଲୋକମାନେ ସାମାନ୍ୟ ୱିଣ୍ଡୋ ତଳକୁ କରି ଏସି ଚଲାଇଥାନ୍ତି ଯାହା ଉଚିତ ନୁହେଁ।

ଦ୍ରୁତ ଗତିରେ ଏସି ଅନ୍ ରଖିବା ଦ୍ବାରା କାର ର ମାଇଲେଜରେ କିଛି ପ୍ରଭାବ ପଡିନଥାଏ। ଏସି ଚଲାଇବା ଦ୍ବାରା କାରର ମାଇଲେଜ ଉପରେ ସେମିତି କିଛି ପ୍ରଭାବ ପଡିନଥାଏ ଯାହା ପାଇଁ ଆପଣଙ୍କୁ ବାରମ୍ବାର ଏସିକୁ ବନ୍ଦ କରିବାକୁ ପଡିବ। ଏଥିପାଇଁ ଯେତେବେଳେ ଆବଶ୍ୟକ ପଡିବ ଆପଣ ଏସି ର ମଜା ନେଇପାରିବେ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

6 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

38 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

40 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

47 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

56 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

56 mins ago