Below header

ଉତ୍ତମ ମାଇଲେଜ ପାଇଁ AC ର କରନ୍ତୁ ଏମିତି ବ୍ୟବହାର

ଗରମ ଆରମ୍ଭ ହୋଇଗଲାଣି ଏମିତିରେ ବିନା ଏସିରେ ଯିବା ବହୁତ ସମସ୍ୟା ହୋଇଯାଇଥାଏ। କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବାରମ୍ବାର ଏସିକୁ ଅନ୍ ଏବଂ ଅଫ୍ କରିଥାନ୍ତି ସେମାନଙ୍କୁ ଲାଗିଥାଏ ଅଧିକ ଏସି ଚଲାଇବା ଦ୍ବାରା ଗାଡିର ମାଇଲେଜ ଉପରେ ତାହାର ପ୍ରଭାବ ପଡିଥାଏ। କିନ୍ତୁ କଣ ସତରେ ଏମିତି ହୋଇଥାଏ ନା ଏମିତି ଆମେ ଭାବୁଛନ୍ତି। ତେବେ ଆସନ୍ତୁ ଜାଣିବା।

car acଯେତେବେଳେ ବି ଆମେ କାରର ଏସିକୁ ଅନ୍ କରିଥାନ୍ତି ତେବେ ଏହା ଅଲ୍ଟରନେଟର ଠାରୁ ମିଳୁଥିବା ଶକ୍ତିର ବ୍ୟବହାର କରିଥାଏ। ଏହି ଏନର୍ଜୀ ତାକୁ ଇଞ୍ଜିନ ଠାରୁ ହିଁ ମିଳିଥାଏ। ଇଞ୍ଜିନ ଫୁଏଲ ଟ୍ୟାଙ୍କ ଠାରୁ ଫୁଏଲର ବ୍ୟବହାର କରିଥାଏ। ବିଶେଷ କଥା ଏହା ହେଉଛି ଯେତେ ପର୍ଯ୍ୟନ୍ତ କାର ଷ୍ଟାର୍ଟ ହୋଇନଥାଏ ସେତେ ପର୍ଯ୍ୟନ୍ତ ଏସି ମଧ୍ୟ ଅନ୍ ହୋଇନଥାଏ। କାରଣ ଏସି କମ୍ପ୍ରେସରରେ ଲାଗିଥିବା ବେଲ୍ଟ ସେତେବେଳେ ବୁଲିବ ଯେତେବେଳେ ଇଞ୍ଜି ଚାଲିବ।

ଏହା ସେହି ବେଲ୍ଟ ମଧ୍ୟ ହୋଇଥାଏ ଯାହା କାର ର ଅଲ୍ଟରନେଟରକୁ ଚଲାଇବାରେ ଏବଂ ବ୍ୟାଟେରୀକୁ ଚାର୍ଜ କରିବାରେ କାମ କରିଥାଏ। ଏସି କମ୍ପ୍ରେସର କୁଲେଣ୍ଟକୁ କମ୍ପ୍ରେସ କରି ତାହାକୁ ଥଣ୍ଡା କରିଥାଏ। ଏବଂ ଏହିଭଳି ଭାବେ କାର ର ଏସି କାମ କରିଥାଏ।

carଅଟୋ ଏକ୍ସପର୍ଟଙ୍କ କହିବାନୁଯାୟୀ ଗାଡି ଚଲାଇବା ସମୟରେ ଏସି ଅନ୍ କରିବା ଦ୍ବାରା କାରର ମାଇଲେଜ ଉପରେ ବହୁତ ଅଧିକ ପ୍ରଭାବ ପଡିନଥାଏ। ତାଙ୍କ ହିସାବରେ ମାଇଲେଜରେ କେବଳ ୫ ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବ ପଡିଥାଏ। ଏଥିପାଇଁ ଅଧିକ ଭାବିବା ଆବଶ୍ୟକ ନାହିଁ କାରର ଏସିକୁ ଆବଶ୍ୟକ ପଡିଲେ ଆରାମରେ ବ୍ୟବହାର କରନ୍ତୁ।

ଯଦି ହାଇୱେ ଉପରେ ଗାଡି ଚଲାଉଛନ୍ତି କାର ର ୱିଣ୍ଡୋକୁ ବନ୍ଦ ରଖନ୍ତୁ। କାରଣ କାର ର ଗତି ଦ୍ରୁତ ଥାଏ ଏମିତିରେ ପବନର ଚାପ ଦ୍ବାରା ଖୋଲା ୱିଣ୍ଡୋ କାରର ଗତିକୁ କମ୍ କରିଦେଇଥାଏ ଯେଉଁଥିରେ ଇଞ୍ଜିନର କ୍ଷମତା କମ ଥାଏ। ୱିଣ୍ଡୋ ବନ୍ଦ କରି ହିଁ ଏସି ଅନ୍ କରନ୍ତୁ। ପ୍ରାୟ ସମୟରେ ଦେଖାଯାଏ ଯେ ଲୋକମାନେ ସାମାନ୍ୟ ୱିଣ୍ଡୋ ତଳକୁ କରି ଏସି ଚଲାଇଥାନ୍ତି ଯାହା ଉଚିତ ନୁହେଁ।

acଦ୍ରୁତ ଗତିରେ ଏସି ଅନ୍ ରଖିବା ଦ୍ବାରା କାର ର ମାଇଲେଜରେ କିଛି ପ୍ରଭାବ ପଡିନଥାଏ। ଏସି ଚଲାଇବା ଦ୍ବାରା କାରର ମାଇଲେଜ ଉପରେ ସେମିତି କିଛି ପ୍ରଭାବ ପଡିନଥାଏ ଯାହା ପାଇଁ ଆପଣଙ୍କୁ ବାରମ୍ବାର ଏସିକୁ ବନ୍ଦ କରିବାକୁ ପଡିବ। ଏଥିପାଇଁ ଯେତେବେଳେ ଆବଶ୍ୟକ ପଡିବ ଆପଣ ଏସି ର ମଜା ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.