ସୁବର୍ଣ୍ଣପୁର : ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ଶିଶୁକନ୍ୟା ଗୁରୁତର

ସୁବର୍ଣ୍ଣପୁର(କେନ୍ୟୁଜ୍) : ଗରମ ପାଣି ପଡି ଶିଶୁକନ୍ୟା ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେଂଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁରେ ଏହି ଅଘଟଣ ଘଟିଛି। ଅଙ୍ଗନୱାଡି କେନ୍ଦ୍ରରେ ୩ ବର୍ଷୀୟ ଶିଶୁକନ୍ୟା ଉପରେ ସହାୟିକା ଗରମ ପାଣି ଢାଳି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଗୁରୁତର ଶିଶୁ କନ୍ୟା ହେଲେ ପ୍ରିତୀମୟୀ । ତାଙ୍କ ଛାତି, ପେଟ ଓ ପିଠି ପୋଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସଂପର୍କରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.