ଘଟଗାଁ : ଭାରସାମ୍ଯ ହରାଇ ଗଛରେ ପିଟି ହେଲା ଅଟୋ, ୭ଜଣ ଗୁରୁତର

ଘଟଗାଁ(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ କେନ୍ଦୁଆପଡା ଗ୍ରାମ ନିକଟରେ ଭାରସାମ୍ଯ ହରାଇ ଏକ ଗଛରେ ଅଟୋ ପିଟି ହେବାରୁ ୭ଜଣ ଗୁରୁତର ଆହାତ ହୋଇଛନ୍ତି । ହରିଚନ୍ଦନପୁର ବରଗୁଡା ଗ୍ରାମରୁ ୩ ଶିଶୁ ସମେତ ୧୦ ଜଣ ଏକ ଆଟୋରେ ଧକୋଟା ଗ୍ରାମକୁ ବାହାଘର ଯାଉଥିବା ଘଟଗାଁ ନିକଟସ୍ଥ କେନ୍ଦୁଆପଡା ଗ୍ରାନିକଟରେ ଅଟୋଟି ଭାରସ୍ୟାମ ହରାଇ ଗଛରେ ପିଟିହୋଇଥିଲା ଫଳରେ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଗୁରୁତର ଆହାତ ହୋଇଥିବା ବେଳେ ୩ଜଣ ଆହତ ହୋଇଥିଲେ ।

ଖବର ପାଇ ଘଟଣା ସ୍ଥଳରେ ଅଗ୍ନୀଶମ ବାହିନୀ ଓ ଆମ୍ବୁଲାନ ପହଚିଁ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଘଟଗାଁ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତୀ କରାଇଥିଲେ । ଆହତ ମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟଅବସ୍ଥା ସଙ୍କଟାପନ୍ନ ଥିବାରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ ପୋଲିସ ପହିଚିଁ ଦୁର୍ଘଟଣାଗସ୍ତ ଅଟୋଟିକୁ ଜବତ କରିବା ସହ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.