ସେହେରା ଥିଲା, ସେରୱାନୀ ଥିଲା, ବରଯାତ୍ରୀ ଥିଲା, ବର ଥିଲା ହେଲେ ନଥିଲା କନିଆ . . . ଏମିତି ଏକ ବିବାହର କାହାଣୀ ଯାହା ଜିତି ନେବ ଆପଣଙ୍କ ହୃଦୟ

ଠିକ୍ ଅନ୍ୟ ବିବାହ ପରି ଥିଲା ଏହି ବିବାହ । ମୁଣ୍ଡରେ ଗୋଲାପୀ ରଙ୍ଗର ସେହେରା ଆଉ ଶରୀରରେ ଥିଲା ସୁନେଲୀ ରଙ୍ଗର ସେରୱାନୀ । ଘୋଡାରେ ବସିଥିଲା ବର । ବନ୍ଧୁ ପରିଜନ ବର ସହ କରୁଥିଲେ ଡ୍ୟାନ୍ସ । ପରମ୍ପରା ଅନୁଯାୟୀ ବିବାହର ଗୋଟିଏ ଦିନ ପୂର୍ବରୁ ସଙ୍ଗୀତ ସମାରୋହ ମଧ୍ୟ ହୋଇଥିଲା । ଏହି ବିବାହରେ ସବୁ ଥିଲା ହେଲେ ନଥିଲା କନିଆ ।

୧୦ ମେ’ରେ ଗୁଜୁରାଟର ହିମତନଗରରେ ବିନା କନିଆରେ ଏକ ନିଆରା ବିବାହର ଆୟୋଜନ ହୋଇଥିଲା । ଯେଉଁଥିରେ ୨୭ ବର୍ଷୀୟ ଅଜୟ ବରୋତଙ୍କ ବିବାହ ହୋଇଥିଲା । ଏବେ ଆପଣ ଭାବୁଥିବେ ବିନା ଝିଅରେ କାହିଁକି ଏ ବିବାହ ।

Ajay ପ୍ରକୃତରେ ମାନସିକ ରୂପରେ ଅକ୍ଷମ ଥିବା ନିଜ ପୁଅର ଇଛା ପୁରା କରିବାକୁ ଯାଇ ବିନା କନିଆରେ ଏକ ଭବ୍ୟ ବିବାହର ଆୟୋଜନ କରିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ଧରି ନିଜ ବିବାହ ବିଷୟରେ ପଚାରୁଥିଲେ ଅଜୟ । ତେଣୁ ପରିବାର ଲୋକ ପୁଅର ଏହି ଇଛାକୁ ପୁରା କରିବା ପାଇଁ ୨ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ବିନା କନିଆରେ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.