ଟେକ୍

ହୁଣ୍ଡାଇର ଲକ୍‌ଜରୀ ସ୍ମାର୍ଟ କାର୍‌, ମୁହଁ ଦେଖିଲେ ହିଁ ଖୋଲିବ ଡୋର୍‌

ନୂଆଦିଲ୍ଲୀ : କୋରିଆର କାର୍‌ ନିର୍ମାତା କମ୍ପାନୀ ହୁଣ୍ଡାଇର ଲକ୍‌ଜରୀ ବ୍ରାଣ୍ଡ ଜେନେସିସ୍‌ ତା’ର ସ୍ମାର୍ଟ କାର୍‌ ପାଇଁ ନୂଆ ଟେକ୍‌ନିକ ବିକଶିତ କରିଛନ୍ତି । ଯାହାକି ସ୍ମାର୍ଟ ଫୋନ୍‌ ପରି ଫେସ୍‌ ଆଇଡି ଟେକ୍‌ନିକର ପ୍ରୟୋଗ କରିଛି । ଏହି ଟେକ୍‌ନିକ ଗ୍ରାହକଙ୍କୁ ଖୁବ୍‌ ପସନ୍ଦ ଆସିଛି । କମ୍ପାନୀ ଏହି ମଡେଲ କାର୍‌ ନାମ GV60 ରଖିଛି । ଏହି ମଡେଲରେ ନିର୍ମାତା ‘ଫେସ୍‌ କନେକ୍ଟ ଟେକ୍‌ନୋଲୋଜି’ ବ୍ୟବହାର କରିଛି । ଏଥିପାଇଁ ଚାବିର ଆବଶ୍ୟକତା ପଡ଼ିବ ନାହିଁ ।

ଏଥିରେ ମିଳିବ ଭଲ ଡ୍ରାଇଭିଂ ଏକ୍ସପେରିଏନ୍ସ

କମ୍ପାନୀର କହିବା କଥା ଯେ ଏହି ନୂଆ ଟେକ୍‌ନୋଲୋଜିରେ ଭଲ ଡ୍ରାଇଭିଂ ଏକ୍ସପେରିଏନ୍ସ ରହିଛି । ଏଥିରେ ଆପଣ ନିଜ ଗାଡ଼ିକୁ ଅଧିକ ପର୍ସନାଲାଇଜ କରିପାରିବେ । ଏହି ନୂଆ ଟେକ୍‌ନିକ ପିନ୍‌କୋର୍ଡ ଦେବା ବଦଳରେ ଅଧିକ ସୁବିଧା ପ୍ରଦାନ କରିବ । ଏହି ଗାଡ଼ି ଆସନ୍ତା ୨୦୨୨ ଆରମ୍ଭରେ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି ।

ଫେସ ଆଇଡିରେ ଷ୍ଟାର୍ଟ ହେବ କାର୍‌

ଏହି ଟେକ୍‌ନୋଲୋଜି ସହାୟତାରେ କାର ଚଳାଉଥିବା ବ୍ୟକ୍ତି କାର ଭିତରେ ପର୍ସନାଲାଇଜ ଅନୁଭବ କରିବ । କାର ଭିତରେ ଆପଣ ପଶିବା ପରେ କାର୍‌ ଡ୍ରାଇଭରକୁ ଚିହ୍ନିବା ସହ ତା’ର ପ୍ରୋଫାଇଲକୁ କାର୍‌ରେ ରେଜିଷ୍ଟର କରିଦେବ । ଥରେ ଡ୍ରାଇଭରକୁ ଚିହ୍ନିଗଲେ ପରେ କାର୍‌ ସିଟ୍‌, ଷ୍ଟିୟରିଂ, ହେଡସ ଅପ୍‌ ଡିସପ୍ଲେ, ସାଇଡ ମିରର ଆଦି ରେଜିଷ୍ଟଡ ପ୍ରୋଫାଇଲ ଅନୁସାରେ ଆଡ୍‌ଜଷ୍ଟ ହୋଇଯିବ । ଏଥିରେ ଥିବା ସମସ୍ତ ସିଷ୍ଟମ ଆପେ ଆପେ ଆଡଜଷ୍ଟ ହୋଇଯିବ ।

ଏହି ଟେକ୍‌ନିକ ପାଇଁ କମ୍ପାନୀ ନିଆର ଇନ୍‌ଫ୍ରା-ରେଡ୍‌ କ୍ୟାମେରା ଉପଯୋଗ କରିବ । ଯାହା କି ଅନ୍ଧାରରେ ବି କାମ କରିବ । ଡ୍ରାଇଭରକୁ ଯାଞ୍ଚ କରିବ ଯେ ଏହି ଚେହେରା ପୂର୍ବରୁ ସିଷ୍ଟମରେ ରେଜିଷ୍ଟର ହୋଇଛି କି ନାହିଁ ।

ଡ୍ରାଇଭର ଯେତେବେଳେ ଚାହିଁବ ତା’ର ମନମୁତାବକ ନିଜର ଡାଟା ଏଥିରୁ ଡିଲଟ କରିପାରିବ । ଏହାଛଡ଼ା ଫିଗର ପ୍ରିଣ୍ଟରେ କାର ଡୋର ମଧ୍ୟ ଖୋଲାଯିବାର ବ୍ୟବସ୍ଥା ରହିବ । ଏହି କାର ଅଟୋ ସେକ୍ଟରରେ ଧୁମ ମଚାଇବ ବୋଲି ଜଣାପଡିଛି ।

Niharanjan

Recent Posts

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଇଭିଏମ୍‌ ଏବଂ ଭିଭିପାଟ୍‌କୁ ପୋଖରୀରେ ଫିଙ୍ଗିଲେ ଲୋକ

ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏହା ମଧ୍ୟରେ ପଶ୍ଚିମବଙ୍ଗରେ ପୁଣି ଦେଖିବାକୁ ମିଳିଛି…

14 mins ago

ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ : ସିଇଓ

ମହାକାଳପଡ଼ା(କେନ୍ୟୁଜ୍‌): ମହାକାଳପଡ଼ାରେ ୩୦ ବୁଥରେ EVM ଅଚଳ ଖବର ସମ୍ପୂର୍ଣ୍ଣ ମିଛ । ପ୍ରେସ୍ ମିଟରେ ସ୍ପଷ୍ଟ କଲେ ମୁଖ୍ୟ…

16 mins ago

ଯୁଦ୍ଧ ଶେଷ କରିବାର ସମୟ ଆସିଛି : ବାଇଡେନ

ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…

28 mins ago

୫୬ ଡିଗ୍ରୀରେ ରେକର୍ଡ ଭାଙ୍ଗିଲା ନାଗପୁର, କେତେ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରିବ ମଣିଷ ଶରୀର?

ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…

32 mins ago

ହାଇକୋର୍ଟରେ ୧୩୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…

39 mins ago

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ

ବାଲେଶ୍ୱର (କେନ୍ୟୁଜ୍‌): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…

57 mins ago