ହୁଣ୍ଡାଇର ଲକ୍ଜରୀ ସ୍ମାର୍ଟ କାର୍, ମୁହଁ ଦେଖିଲେ ହିଁ ଖୋଲିବ ଡୋର୍
ନୂଆଦିଲ୍ଲୀ : କୋରିଆର କାର୍ ନିର୍ମାତା କମ୍ପାନୀ ହୁଣ୍ଡାଇର ଲକ୍ଜରୀ ବ୍ରାଣ୍ଡ ଜେନେସିସ୍ ତା’ର ସ୍ମାର୍ଟ କାର୍ ପାଇଁ ନୂଆ ଟେକ୍ନିକ ବିକଶିତ କରିଛନ୍ତି । ଯାହାକି ସ୍ମାର୍ଟ ଫୋନ୍ ପରି ଫେସ୍ ଆଇଡି ଟେକ୍ନିକର ପ୍ରୟୋଗ କରିଛି । ଏହି ଟେକ୍ନିକ ଗ୍ରାହକଙ୍କୁ ଖୁବ୍ ପସନ୍ଦ ଆସିଛି । କମ୍ପାନୀ ଏହି ମଡେଲ କାର୍ ନାମ GV60 ରଖିଛି । ଏହି ମଡେଲରେ ନିର୍ମାତା ‘ଫେସ୍ କନେକ୍ଟ ଟେକ୍ନୋଲୋଜି’ ବ୍ୟବହାର କରିଛି । ଏଥିପାଇଁ ଚାବିର ଆବଶ୍ୟକତା ପଡ଼ିବ ନାହିଁ ।
ଏଥିରେ ମିଳିବ ଭଲ ଡ୍ରାଇଭିଂ ଏକ୍ସପେରିଏନ୍ସ
କମ୍ପାନୀର କହିବା କଥା ଯେ ଏହି ନୂଆ ଟେକ୍ନୋଲୋଜିରେ ଭଲ ଡ୍ରାଇଭିଂ ଏକ୍ସପେରିଏନ୍ସ ରହିଛି । ଏଥିରେ ଆପଣ ନିଜ ଗାଡ଼ିକୁ ଅଧିକ ପର୍ସନାଲାଇଜ କରିପାରିବେ । ଏହି ନୂଆ ଟେକ୍ନିକ ପିନ୍କୋର୍ଡ ଦେବା ବଦଳରେ ଅଧିକ ସୁବିଧା ପ୍ରଦାନ କରିବ । ଏହି ଗାଡ଼ି ଆସନ୍ତା ୨୦୨୨ ଆରମ୍ଭରେ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି ।
ଫେସ ଆଇଡିରେ ଷ୍ଟାର୍ଟ ହେବ କାର୍
ଏହି ଟେକ୍ନୋଲୋଜି ସହାୟତାରେ କାର ଚଳାଉଥିବା ବ୍ୟକ୍ତି କାର ଭିତରେ ପର୍ସନାଲାଇଜ ଅନୁଭବ କରିବ । କାର ଭିତରେ ଆପଣ ପଶିବା ପରେ କାର୍ ଡ୍ରାଇଭରକୁ ଚିହ୍ନିବା ସହ ତା’ର ପ୍ରୋଫାଇଲକୁ କାର୍ରେ ରେଜିଷ୍ଟର କରିଦେବ । ଥରେ ଡ୍ରାଇଭରକୁ ଚିହ୍ନିଗଲେ ପରେ କାର୍ ସିଟ୍, ଷ୍ଟିୟରିଂ, ହେଡସ ଅପ୍ ଡିସପ୍ଲେ, ସାଇଡ ମିରର ଆଦି ରେଜିଷ୍ଟଡ ପ୍ରୋଫାଇଲ ଅନୁସାରେ ଆଡ୍ଜଷ୍ଟ ହୋଇଯିବ । ଏଥିରେ ଥିବା ସମସ୍ତ ସିଷ୍ଟମ ଆପେ ଆପେ ଆଡଜଷ୍ଟ ହୋଇଯିବ ।
ଏହି ଟେକ୍ନିକ ପାଇଁ କମ୍ପାନୀ ନିଆର ଇନ୍ଫ୍ରା-ରେଡ୍ କ୍ୟାମେରା ଉପଯୋଗ କରିବ । ଯାହା କି ଅନ୍ଧାରରେ ବି କାମ କରିବ । ଡ୍ରାଇଭରକୁ ଯାଞ୍ଚ କରିବ ଯେ ଏହି ଚେହେରା ପୂର୍ବରୁ ସିଷ୍ଟମରେ ରେଜିଷ୍ଟର ହୋଇଛି କି ନାହିଁ ।
ଡ୍ରାଇଭର ଯେତେବେଳେ ଚାହିଁବ ତା’ର ମନମୁତାବକ ନିଜର ଡାଟା ଏଥିରୁ ଡିଲଟ କରିପାରିବ । ଏହାଛଡ଼ା ଫିଗର ପ୍ରିଣ୍ଟରେ କାର ଡୋର ମଧ୍ୟ ଖୋଲାଯିବାର ବ୍ୟବସ୍ଥା ରହିବ । ଏହି କାର ଅଟୋ ସେକ୍ଟରରେ ଧୁମ ମଚାଇବ ବୋଲି ଜଣାପଡିଛି ।