ଟେକ୍

ଗୁଗଲ ମ୍ୟାପ୍ସରେ ଆସିଲା ଦମଦାର ଅପଡେଟ୍‌, ସେୟାର କରିପାରିବେ ରିଅଲ ଟାଇମ୍‌ ଲୋକେସନ୍‌

ଆପଣ ଗୁଗଲ୍ ମ୍ୟାପ୍ସକୁ ତ ବ୍ୟବହାର କରୁଥିବେ । ଗୁଗଲ୍ ମ୍ୟାପ୍ସରେ ଅନେକ ଫିଚର ରହିଛି ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି, କିନ୍ତୁ କିଛି ଫିଚର ଏପରି ରହିଛି ଯେଉଁ ଫିଚରକୁ ୟୁଜରମାନେ ଆବଶ୍ୟକ କରୁଛନ୍ତି । ବର୍ତ୍ତମାନ ୟୁଜରଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ଗୁଗଲ୍ ମ୍ୟାପ୍ସରେ ରିଅଲ୍ ଟାଇମ୍ ଲୋକେସନ ସେୟାରର ଫିଚର ସାମିଲ କରିଛି ।

ହ୍ଵାଟ୍ସ ଆପ୍ ଏବଂ ସିଗନାଲ୍ ଆପ୍ ପରି ଗୁଗଲ୍ ମ୍ୟାପ୍ସର ୟୁଜର୍ସମାନେ ମଧ୍ୟ ରିଅଲ୍ ଟାଇମ୍ ଲୋକେସନକୁ ଅନ୍ୟମାନଙ୍କ ସହ ସେୟାର କରିପାରିବେ । ଗୁଗଲ୍ ମ୍ୟାପ୍ସର ନୂଆ ଅପଡେଟ୍‌ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ କମ୍ପ୍ୟୁଟର ପାଇଁ ଜାରି କରାଯାଇଛି ।

କିପରି ବ୍ୟବହାର କରିବେ ଗୁଗଲ ମ୍ୟାପ୍ସର ରିଅଲ ଟାଇମ୍‌ ଲୋକେସନ ଫିଚର :
. ଯଦି ଆପଣ ଗୁଗଲ୍ ମ୍ୟାପ୍ସରେ ଥିବା ରିଅଲ୍-ଟାଇମ୍ ଲୋକେସନକୁ କାହା ସହିତ ସେୟାର କରିବାକୁ ଚାହାଁନ୍ତି ତେବେ ଆପ୍ ରେ ନିଜ ପ୍ରୋଫାଇଲ୍ ଉପରେ ଟ୍ୟାପ୍ କରନ୍ତୁ ।
. ଏହା ପରେ ଲୋକେସନ ସେୟାରିଂ ଅପ୍ସନ ଉପରେ କ୍ଲିକ୍ କରନ୍ତୁ ।
. ଏହା ପରେ ଏକ ଅପ୍ସନ ଆସିବ ଯେଉଁଥିରେ ଆପଣ କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କ ଲୋକେସନ ସେୟାର କରିବାକୁ ଚାହୁଁଛନ୍ତି ଦେଖାଇବ ।
. ଯଦି ଆପଣ ଚାହିଁବେ ତେବେ ଆପଣ ଲୋକେସନକୁ ସବୁଦିନ ପାଇଁ ସେୟାର କରିପାରିବେ ।
. ବର୍ତ୍ତମାନ ଏକ କଣ୍ଟାକ୍ଟ ସିଲେକ୍ଟ କରନ୍ତୁ, ଯାହାକୁ ଆପଣ ଲୋକେସନ ସେୟାର କରିବାକୁ ଚାହୁଁଥିବେ । ଗୁଗଲ ମ୍ୟାପ୍ସର ଲୋକେସନକୁ ଆପଣ ହ୍ଵାଟ୍ସଆପ୍‌ ଭଳି ଆପ୍‌ ରେ ସେୟାର କରି ପାରିବେ ।

Subhalaxmi Das

Recent Posts

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

3 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

27 mins ago

ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।…

31 mins ago

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ

ସଞ୍ଜୟ ଲୀଲା ଭଂସାଲୀଙ୍କ ସିରିଜ୍‌ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରେ ଫରିଦାନଙ୍କ ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୋନାକ୍ଷୀ…

50 mins ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପରେ ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା, ଏମିତି ଲେଖିଲେ ପାକ୍‌ ପିଏମ୍‌ ଶେହବାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମଗ୍ର ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୪ରେ ଲୋକସଭା ନିର୍ବାଚନର…

56 mins ago

କେଉଁ ଧାତୁରେ ପ୍ରସ୍ତୁତ କରାଯାଏ ମୁଦ୍ରା, ୧୦ ଟଙ୍କିଆ ମୁଦ୍ରାରେ ରହିଛି ଖାସ୍‌

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି…

1 hour ago