ଗୁଗଲ ମ୍ୟାପ୍ସରେ ଆସିଲା ଦମଦାର ଅପଡେଟ୍, ସେୟାର କରିପାରିବେ ରିଅଲ ଟାଇମ୍ ଲୋକେସନ୍
ହ୍ଵାଟ୍ସ ଆପ୍ ଏବଂ ସିଗନାଲ୍ ଆପ୍ ପରି ଗୁଗଲ୍ ମ୍ୟାପ୍ସର ୟୁଜର୍ସମାନେ ମଧ୍ୟ ରିଅଲ୍ ଟାଇମ୍ ଲୋକେସନକୁ ଅନ୍ୟମାନଙ୍କ ସହ ସେୟାର କରିପାରିବେ । ଗୁଗଲ୍ ମ୍ୟାପ୍ସର ନୂଆ ଅପଡେଟ୍ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ କମ୍ପ୍ୟୁଟର ପାଇଁ ଜାରି କରାଯାଇଛି ।

ଆପଣ ଗୁଗଲ୍ ମ୍ୟାପ୍ସକୁ ତ ବ୍ୟବହାର କରୁଥିବେ । ଗୁଗଲ୍ ମ୍ୟାପ୍ସରେ ଅନେକ ଫିଚର ରହିଛି ଯାହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି, କିନ୍ତୁ କିଛି ଫିଚର ଏପରି ରହିଛି ଯେଉଁ ଫିଚରକୁ ୟୁଜରମାନେ ଆବଶ୍ୟକ କରୁଛନ୍ତି । ବର୍ତ୍ତମାନ ୟୁଜରଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ଗୁଗଲ୍ ମ୍ୟାପ୍ସରେ ରିଅଲ୍ ଟାଇମ୍ ଲୋକେସନ ସେୟାରର ଫିଚର ସାମିଲ କରିଛି ।
ହ୍ଵାଟ୍ସ ଆପ୍ ଏବଂ ସିଗନାଲ୍ ଆପ୍ ପରି ଗୁଗଲ୍ ମ୍ୟାପ୍ସର ୟୁଜର୍ସମାନେ ମଧ୍ୟ ରିଅଲ୍ ଟାଇମ୍ ଲୋକେସନକୁ ଅନ୍ୟମାନଙ୍କ ସହ ସେୟାର କରିପାରିବେ । ଗୁଗଲ୍ ମ୍ୟାପ୍ସର ନୂଆ ଅପଡେଟ୍ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ କମ୍ପ୍ୟୁଟର ପାଇଁ ଜାରି କରାଯାଇଛି ।
କିପରି ବ୍ୟବହାର କରିବେ ଗୁଗଲ ମ୍ୟାପ୍ସର ରିଅଲ ଟାଇମ୍ ଲୋକେସନ ଫିଚର :
. ଯଦି ଆପଣ ଗୁଗଲ୍ ମ୍ୟାପ୍ସରେ ଥିବା ରିଅଲ୍-ଟାଇମ୍ ଲୋକେସନକୁ କାହା ସହିତ ସେୟାର କରିବାକୁ ଚାହାଁନ୍ତି ତେବେ ଆପ୍ ରେ ନିଜ ପ୍ରୋଫାଇଲ୍ ଉପରେ ଟ୍ୟାପ୍ କରନ୍ତୁ ।
. ଏହା ପରେ ଲୋକେସନ ସେୟାରିଂ ଅପ୍ସନ ଉପରେ କ୍ଲିକ୍ କରନ୍ତୁ ।
. ଏହା ପରେ ଏକ ଅପ୍ସନ ଆସିବ ଯେଉଁଥିରେ ଆପଣ କେତେ ସମୟ ପର୍ଯ୍ୟନ୍ତ ଆପଣଙ୍କ ଲୋକେସନ ସେୟାର କରିବାକୁ ଚାହୁଁଛନ୍ତି ଦେଖାଇବ ।
. ଯଦି ଆପଣ ଚାହିଁବେ ତେବେ ଆପଣ ଲୋକେସନକୁ ସବୁଦିନ ପାଇଁ ସେୟାର କରିପାରିବେ ।
. ବର୍ତ୍ତମାନ ଏକ କଣ୍ଟାକ୍ଟ ସିଲେକ୍ଟ କରନ୍ତୁ, ଯାହାକୁ ଆପଣ ଲୋକେସନ ସେୟାର କରିବାକୁ ଚାହୁଁଥିବେ । ଗୁଗଲ ମ୍ୟାପ୍ସର ଲୋକେସନକୁ ଆପଣ ହ୍ଵାଟ୍ସଆପ୍ ଭଳି ଆପ୍ ରେ ସେୟାର କରି ପାରିବେ ।