ଧର୍ମଘଟରୁ ଓହରିଲେ ଟ୍ରକ୍ ଡ୍ରାଇଭର, କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସଫଳ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ସରକାରଙ୍କ ସହ ଆଲୋଚନା ବେଳେ ସଂଘର ସବୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଆଇନ ଲାଗୁ ହୋଇନି । ଆଗାମୀ ଦିନରେ ଆଇନ ଲାଗୁ ହେଲେ ଡ୍ରାଇଭରଙ୍କ ମତାମତ ନିଆଯିବ ।

ଧର୍ମଘଟରୁ ଓହରିଲେ ଟ୍ରକ୍ ଡ୍ରାଇଭର । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସଫଳ ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ଭାରୀଯାନ ଡ୍ରାଇଭର । ସରକାରଙ୍କ ସହ ଆଲୋଚନା ବେଳେ ସଂଘର ସବୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ଆଇନ ଲାଗୁ ହୋଇନି । ଆଗାମୀ ଦିନରେ ଆଇନ ଲାଗୁ ହେଲେ ଡ୍ରାଇଭରଙ୍କ ମତାମତ ନିଆଯିବ । ଏଭଳି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନରୁ ଓହରିଛନ୍ତି ଭାରୀଯାନ ଡ୍ରାଇଭର । ଆଜିଠାରୁ ଡ୍ରାଇଭରମାନେ ଆନ୍ଦୋଳନ କରିବେ ନାହିଁ ।

ତେବେ ଓଡ଼ିଶା ଉପରେ ଆନ୍ଦୋଳନର ବଡ଼ ପ୍ରଭାବ ପଡି ନାହିଁ । ୩ ଦିନ ପାଇଁ ପେଟ୍ରୋଲ ମହଜୁଦ ରହିଛି । ତେବେ ପଡ଼ୋଶୀ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ନିଅଣ୍ଟିଆ ହେଲେ ଓଡ଼ିଶା ଉପରେ ପ୍ରଭାବ ପଡିପାରେ ।

ହିଟ୍ ଆଣ୍ଡ ରନ ମାମଲାରେ ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତାରେ ଦଣ୍ଡାଦେଶକୁ ନେଇ ହରତାଳକୁ ଓହ୍ଲାଇଥିଲେ ଡ୍ରାଇଭର। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନୂଆ ଆଇନରେ ରାଜପଥରେ ଦୁର୍ଘଟଣାଜନିତ ମୃତ୍ୟୁରେ ଟ୍ରକ ଡ୍ରାଇଭରଙ୍କ ପାଇଁ ୧୦ ବର୍ଷ ଜେଲ୍ ଓ ୭ ଲକ୍ଷ ଟଙ୍କା ଯାଏ ଜରିମାନା ବ୍ୟବସ୍ଥା କରିଥିଲେ । ଯାହାକୁ ପ୍ରବଳ ବିରୋଧ କରିଛନ୍ତି ଟ୍ରକ ଡ୍ରାଇଭର । ରାସ୍ତା କଡ଼ରେ ଟ୍ରକ ଛିଡ଼ା କରି ନୂଆ ଆଇନରେ ଦଣ୍ଡାଦେଶକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାର ପ୍ରଭାବ ୧୦ଟି ରାଜ୍ୟରେ ନିତ୍ଯବ୍ୟବହାର୍ଯ୍ୟ ସାମଗ୍ରୀ ଓ ପେଟ୍ରୋଲ ଡିଜେଲ୍ ଯୋଗାଣ ଗୁରୁତର ପ୍ରଭାବିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.