Below header

ମାନସିକ ବିକୃତ ନୁହେଁ, ଜାଣନ୍ତୁ କାହିଁକି ଝିଅକୁ ବୋରୱେଲ ଭିତରେ ଫିଙ୍ଗିଥିଲା ମା’

ସେ ନୁହେଁ ମାନସିକ ବିକୃତ, ସେ ନୁହେଁ ଶାରୀରିକ ଅକ୍ଷମ କି ସେ ନୁହେଁ କୌଣସି ପୀଡିତା । ତଥାପି ମା' ନାମକ ଏକ ବିଶାଳ ଶବ୍ଦକୁ ସେ କରିଦେଇଛି କଳଙ୍କିତ । ମା'ତ ସ୍ନେହମୟୀ, ଦୟାମୟୀ ନା । ତାହେଲେ କେମିତି ଏଇ ମା'ର ହାତ ଯାଇଥିଲା ସେଦିନ ନିଜ ସଦ୍ୟଜାତ ଶିଶୁକୁ ମରଣ ମୁହଁକୁ ଠେଲି ଦବାକୁ ।

କଟକ(କେନ୍ୟୁଜ) : ସେ ନୁହେଁ ମାନସିକ ବିକୃତ, ସେ ନୁହେଁ ଶାରୀରିକ ଅକ୍ଷମ କି ସେ ନୁହେଁ କୌଣସି ପୀଡିତା । ତଥାପି ମା’ ନାମକ ଏକ ବିଶାଳ ଶବ୍ଦକୁ ସେ କରିଦେଇଛି କଳଙ୍କିତ । ମା’ତ ସ୍ନେହମୟୀ, ଦୟାମୟୀ ନା । ତାହେଲେ କେମିତି ଏଇ ମା’ର ହାତ ଯାଇଥିଲା ସେଦିନ ନିଜ ସଦ୍ୟଜାତ ଶିଶୁକୁ ମରଣ ମୁହଁକୁ ଠେଲି ଦବାକୁ ।

ଆରେ ମା ହେବାର ଖୁସି ଏଇ ଦୁନିଆଁର ସବୁଠାରୁ ଏକ ଅଲଗା ଅନୁଭୁତି। ସବୁ ମହିଳା ବିବାହ ପରେ ମା ହେବାର ଅପେକ୍ଷାରେ ରହିଥାନ୍ତି । ହେଲେ ମା ହେବା ସମସ୍ତଙ୍କ ପାଇଁ ଏତେ ସହଜ ହେଇନଥାଏ। ମା ନହୋଇପାରିବାର କଷ୍ଟ କେବଳ ସେହି ନିଃସନ୍ତାନ ମା’ ହିଁ କହିପାରିବ । କିନ୍ତୁ କଥାରେ ଅଛି କାନ ଥିଲେ ସୁନା ନାହିଁ ଆଉ ସୁନା ଥିଲେ କାନ ନାହିଁ । ଏଇ ମହିଳା ଜଣଙ୍କ ଏତେ ଭାଗ୍ୟବାନ୍ ଯେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ମା’ ହେବାର ସୌଭାଗ୍ୟ ପାଇଥିଲେ । ହେଲେ ତାର ମୂଲ୍ୟ ସେ ବୁଝିଲେନି। ନିଜ ଖୁସି ପାଇଁ, ହୋଇଗଲେ ସ୍ୱାର୍ଥପର। ୭ମାସରେ ଛୁଆଟିକୁ ଜନ୍ମ ଦେଇ ଫିଙ୍ଗି ଦେଲେ ମରଣ ଗାତକୁ । ଗତ ୧୨ଡିସେମ୍ବର ୨୦୨୩ରେ ଏହି ଘଟଣା ଚହଳ ପକାଇଥିଲା ସମଗ୍ର ଓଡିଶାରେ । ପରିତ୍ୟକ୍ତ ବୋରୱେଲ ଭିତରୁ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ରାତି ପ୍ରାୟ ୯.୪୦ ମିନିଟରେ ଉଦ୍ଧାର କରାଯାଇଥିବା ଶିଶୁକନ୍ୟାଟିକୁ । କିଏ ଫିଙ୍ଗିଲା, କାହିଁକି ଫିଙ୍ଗିଲା, ପିଲାଟିର ମା କିଏ ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ, ଗତ ୧୭ ତାରିଖରେ ମିଳିଥିଲା ପିଲାଟିର ମାର ପରିଚୟ ।

ପୋଲିସ ଠାବ କରି କଟକ ଏସସିବି ମାନସିକ ବିଭାଗକୁ ପଠାଇଥିଲା । ମହିଳାଙ୍କ ମାନସିକ ସ୍ଥିତି ଠିକ ଥିବା କହିଛନ୍ତି ମାନସିକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଅଜୟ ମିଶ୍ର। କିନ୍ତୁ ଏପଟେ ଏଇ ମା ଜଣଙ୍କ କହିଛନ୍ତି କି ତାଙ୍କ ମାନସିକ ସ୍ଥିତି ଠିକ ନଥିଲା ସେଥିପାଇଁ ସେ ବୋରୱେଲ ଭିତରେ ଫିଙ୍ଗିଥିଲେ। ଯେତେବେଳେ ଆମ ପ୍ରତିନିଧି ଏଇ ମା ଜଣଙ୍କୁ ପଚାରିଥିଲେ ନିଜ ନବଜାତ ଛୁଆଟିକୁ ବୋରୱେଲ ଭିତରେ ଫିଙ୍ଗିବା ବେଳେ କଣ ଟିକେବି କଷ୍ଟ ହେଲାନି, ଏଇ ମା’ର ଉତ୍ତର ଥିଲା ନା । ଶୁଣିବାକୁ ମିଳିଛି ମହିଳା ଜଣଙ୍କର ପ୍ରଥମ ସ୍ୱାମୀଙ୍କ ଦେହାନ୍ତ ହୋଇସାରିଛି । ତାଙ୍କର ଝିଅଟିଏ ଅଛି ।  ଯିଏକି ସ୍ୱାମୀଙ୍କ ଦେହାନ୍ତ ପରେ ମାମୁଁ ଘରେ ରହୁଛି । ତେବେ ପ୍ରଥମରୁ ଝିଅଟିଏ ହୋଇଥିବାରୁ ତାଙ୍କୁ ନାନା କଥା ଶୁଣିବାକୁ ମିଳିଥିଲା । ତେବେ ସ୍ୱାମୀଙ୍କ ଦେହାନ୍ତ ପରେ ବର୍ତ୍ତମାନ ମହିଳା ଜଣଙ୍କ ଅନ୍ୟ ଜଣେ ପୁରୁଷ ସହିତ କୌଣସି ବିବାହ ନକରି ରହୁଥିଲେ । ତେବେ ରହିବା ଭିତରେ ସେ ଭର୍ଗବତୀ ହୋଇଥିଲେ ଏବଂ ତାଙ୍କର ପୁଣି ଝିଅଟିଏ ହୋଇଥିଲା । ଯାହାଫଳରେ ସେ ପୂର୍ବ କଥା ଭାବି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ।

ତେବେ କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ । ଜୀବନ ଯୁଦ୍ଧରେ ହାରିନଯାଇ ବିଜୟୀ ହୋଇଥିଲା ନବଜାତ ଶିଶୁ କନ୍ୟାଟି । ଉଦ୍ଧାର ଦିନ ଠାରୁ ଭୀମସାରରେ ଚାଲିଛି ତାର ଚିକିତ୍ସା । ତାକୁ ସିନା ପର କରିଦେଲା ଜନ୍ମକଲା ମା । ହେଲେ ଆଦରିନେଲା ଭୀମସାର । ଆଉ ନାଁ ପାଇଲା ବିଜୟିନୀ । କେବଳ ନାଁ ପାଇନି ବରଂ ଭୀମସାରର ଡାକ୍ତରଙ୍କ ଠାରୁ ପାଇଲା ସ୍ନେହ, ମମତା ଓ ଆଦର । ଏହାସହ ବିଜୟିନୀ ପାଲଟିଯାଇଛି ପୁରା ଭୀମସାରର ଝିଅ ।

ଏପଟେ ବିଜୟିନୀର ପ୍ରତେକ ଦିନ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ସେ ଧିରେ ଧିରେ ସୁସ୍ଥ ହେଉଛି । ଜୀବନ ଯୁଦ୍ଧରେ ବିଜୟ ହୋଇଥିବା ବିଜୟିନୀ ଆଉ କିଛି ଦିନ ପରେ ବାହରିବ ମେଡିକାଲରୁ । ଏହା ପରେ ବିଜୟିନୀର ଭାଗ୍ୟ ନିର୍ଧାରଣ କରିବ ପ୍ରଶାସନ । ସେ କୁଆଡେ ଯିବ, କିଏ ତାକୁ ପାଳିବ । କିନ୍ତୁ ଏକଥା ସତ ଯେ ବିଜୟିନୀ ବଡ ହେଲେ ନିଶ୍ଚିତ ଭାବେ ତା ମା’କୁ ପ୍ରଶ୍ନ କରିବା ମା’ ମୋ ର କଣ ଭୁଲ୍ ଥିଲା ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.