Below header

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟବାସୀ, ପ୍ରତ୍ୟେକ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯିବ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇ ପୁରୀ ଅଣାଯିବ । ଚଳିତ ମାସ ୬ ତାରିଖରୁ ୧୫ ତାରିଖ ଯାଏ ଚାଲିବ ଏହି ଅଭିଯାନ ।

ପୁରୀ (କେନ୍ୟୁଜ) : ଆସନ୍ତା ୧୭ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ।  ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟବାସୀ । ପ୍ରତି ଗାଁର ଲୋକ ଏହି ରୂପାନ୍ତରଣ ମହାପର୍ବରେ ସାକ୍ଷୀ ରହିବେ । ଶ୍ରୀମନ୍ଦିର ସେବାୟତଙ୍କ ଅନୁରୋଧ କ୍ରମେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଘରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇ ପୁରୀ ଅଣାଯିବ । ଚଳିତ ମାସ ୬ ତାରିଖରୁ ୧୫ ତାରିଖ ଯାଏ ଚାଲିବ ଏହି ଅଭିଯାନ । ଗାଁରେ ଥିବା ଏକ ମନ୍ଦିରରେ ସଂଗୃହୀତ ଗୁଆ ଓ ଚାଉଳ ରଖାଯିବା ସହିତ ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା ରହିବ ।

୧୭ ତାରିଖ ଦିନ ଲୋକର୍ପଣ ଉତ୍ସବକୁ ଯେଭଳି ସମସ୍ତେ ଦେଖିପାରିବେ ସେଥିପାଇଁ ପ୍ରତି ପଞ୍ଚାୟତରେ ବଡ ଏଲଇଡି ସ୍କ୍ରିନ୍ ଜରିଆରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯିବ । ପର୍ଯ୍ୟାୟକ୍ରମେ ଲୋକଙ୍କୁ ବ୍ଲକରୁ ଅଣାଯିବ ପୁରୀ । ଏସବୁ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯିବ । ସେହିପରି ବ୍ଲକରୁ ଲୋକଙ୍କୁ ପୁରୀ ନେବା ଆଣିବା ପାଇଁ ୩୦ ଜିଲ୍ଲାକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ପଞ୍ଚାୟତ ସହିତ ସହରାଞ୍ଚଳରେ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିପାଇଁ ଏନଏସିର ପ୍ରତି ୱାର୍ଡକୁ ୧ ଲକ୍ଷ, ମୁନିସିପାଲିଟିରେ ଥିବା ପ୍ରତି ୱାର୍ଡ ପାଇଁ ୨ ଲକ୍ଷ ଓ ମହାନଗର ନିଗମ ଅଞ୍ଚଳରେ ପ୍ରତି ୱାର୍ଡ ପିଛା ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.