ଆନନ୍ଦପୁରରେ ୨ଟି ଦୁର୍ଘଟଣା, ୫ ଗୁରୁତର

ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ଧକୋଠା ଓ ବିରୋଗୋବିନ୍ଦପୁର ନିକଟରେ ଘଟିଥିବା ପୃଥକ ୨ଟି ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବାବେଳେ ୩ଜଣ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି ।

ଆନନ୍ଦପୁର (କେନ୍ୟୁଜ) : ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ଧକୋଠା ଓ ବିରୋଗୋବିନ୍ଦପୁର ନିକଟରେ ଘଟିଥିବା ପୃଥକ ୨ଟି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବାବେଳେ ୩ଜଣ ଆହତ ହୋଇ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି ହୋଇଛନ୍ତି ।

ବିରଗୋବିନ୍ଦପୁର ଠାରେ ବାଇକ୍ ଆଗକୁ ଏକ ଗୋରୁ ହଠାତ୍ ଚାଲିଆସିବାରୁ ଦୁର୍ଘଟଣା ଘଟି ବାଇକ୍ ଆରେହୀ ଆହାତ ହୋଇଥିବା ବେଳେ ବାଇକରେ ବସିଥିବା ୨ଯୁବତୀ ଗୁରୁତର ହୋଇଛନ୍ତି । ସେହିପରି ଧକୋଠା ନିକଟରେ ବାଇକ୍ କୁ ଟ୍ରକ୍ ଧକ୍କା ଦେବାରୁ ସ୍ବାମୀ ସ୍ତ୍ରୀ ଙ୍କ ସହ ଅନ୍ଯଜଣେ ସମ୍ପକିୟ ମହିଳା ଆହତ ହୋଇଛନ୍ତି । ଦୁଇ ଗୁରୁତର ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କେନ୍ଦୁଝରରୁ ଆନନ୍ଦପୁରକୁ ଆସୁଥିବା ସମୟରେ ଉଭୟ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.